ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ମାମଲାର ଆଜି ଶୁଣାଣି । ହାଥରସକୁ ନେଇ ସର୍ବୋଚ୍ଚ ଅଦାଲତ ଭିନ୍ନ ଭିନ୍ନ ଯାଚିକା ଉପରେ ଶୁଣାଣି କରିବେ । ଏହା ମଧ୍ୟରେ ଏସଆଇଟି ତଦନ୍ତ ଚାଲିଛି । ପୀଡ଼ିତାଙ୍କ ଶବ ପୋଡ଼ା ହୋଇଥିବା ସ୍ଥାନରେ ଏସଆଇଟି ଟିମ୍ ତଦନ୍ତ କରୁଛି । ସେପଟେ ହାଥରସ୍ ବାହାନାରେ ସାରା ରାଜ୍ୟ ଦଙ୍ଗା କରାଯିବାକୁ ଯୋଜନା କରାଯାଇଥିବା ଉତ୍ତର ପ୍ରଦେଶ ସରକାର କହିଛନ୍ତି । ଏହି ମାମଲାରେ ମଥୁରାରୁ ଚାରି ଜଣ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ୟୁପି ସରକାର ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କରିଛନ୍ତିି । ଏହି ମାମଲାର ଯାଞ୍ଚ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପାଇଁ ଅପିଲ କରିଛନ୍ତି ୟୁପି ସରକାର । ପୀଡ଼ିତାଙ୍କ ପରିବାରକୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0