ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାସିମ୍ ଇଣ୍ଡଷ୍ଟ୍ରିଜର ହାଇଡ୍ରୋକ୍ଲୋରିକ୍ ପ୍ଲାଣ୍ଟରେ ପାଣି ଫୁଟାଯାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ଜଣ କର୍ମଚାରୀ ଗୁରୁତର ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ସବୁ ଦିନ ଭଳି ଗ୍ରାସିମ୍ ଇଣ୍ଡଷ୍ଟ୍ରିଜର ହାଇଡ୍ରୋକ୍ଲୋରିକ୍ ପ୍ଲାଣ୍ଟରେ ଆଜି ସକାଳ ପ୍ରାୟ ସାଢେ ୯ଟା ବେଳେ ପାଣି ଫୁଟାଉଥିବା ବେଳେ ୪ଜଣ କର୍ମଚାରୀ କୌଣସି କାରଣରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଏହାପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0