spot_img

ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କଲେ ବମ୍ବେ ହାଇକୋର୍ଟ । ମାମଲାର ପ୍ରାୟ ଏକ ମାସ ଜେଲରେ ରହିବା ପରେ ରିୟାଙ୍କୁ ଜାମିନ୍ ମିଳିଛି । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ବମ୍ବେ ହାଇକୋର୍ଟ । ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଲକ୍ଷେ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ରିୟାଙ୍କୁ ଜାମିନ । ମୁମ୍ବାଇରୁ ବାହାରକୁ ଯିବା ପାଇଁ ଅନୁମତି ଜରୁରୀ । ଏହାସହ ନିଜର ପାସପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଯେତେବେଳେ ବି ତାଙ୍କୁ ପଚରାଉଚରା ପାଇଁ ଡକାଯିବ ତାଙ୍କୁ ହାଜର ହେବାକୁ ପଡିବ ।

ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ଥିଲେ ରିୟା । ସେପ୍ଟେମ୍ବର ୯ରେ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ନେଇ ସାରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular