spot_img

ରାଜଧାନୀରୁ ଧରାପଡିଲେ ବନ୍ଧୁକ ବେପାରୀ

ଭୁବନେଶ୍ୱର: ଭୁବନେଶ୍ବର ଖଣ୍ଡଗିରି ଆଳୁଗଦି ଅଞ୍ଚଳରୁ ୨ ଜଣ ବନ୍ଧୁକ ବେପାରୀ ଗିରଫ। ପୋଲିସ ଚେକିଂ ସମୟରେ ଧରାପଡିଛନ୍ତି ବନ୍ଧୁକ ବେପାରୀ । ଭୁବନେଶ୍ୱର ଡିସିପି ଏନେଇ ସୂଚନା ଦେଇଛନ୍ତି । ବ୍ଲକିଂ ଚେକିଂ ସମୟରେ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସେମାନଙ୍କ ନିକଟରୁ ଚୋରା ବନ୍ଧୁକ ଜବତ କରାଯାଇଛି। ୨ ବନ୍ଧୁକ ବେପାରୀ ହେଲେ- ଯଦୁପୁର ଅଞ୍ଚଳର ପାଟୁ ଓରଫ୍ କାବୁଲା ଖାନ୍ ଏବଂ ଖୋର୍ଦ୍ଧା ଶରଧାପୁର ଅଞ୍ଚଳର କୋନୋ ଓରଫ୍ ଶେକ୍ ତେହସିଲ୍। ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular