spot_img

ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ହୋଇଛି । ଭୟଙ୍କର ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିବା ଜଣାଯାଇଛି। ଇଣ୍ଡିଆନ ଅଏଲ ଏହି ପେଟ୍ରୋଲ ପମ୍ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେଉନଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟରେ ନିଆଁ ଧାସ ବହୁତ ଦୂରରୁ ଦେଖାଯାଉଛି । ନିଆଁର ଆକାରର ଅତି ଭୟଙ୍କର ଜଣାପଡୁଛି ।

ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ୩ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ପୋଲିସ ସ୍ଥାନୀୟ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରିନେଇଛି । ଅଗ୍ନିକାଣ୍ଡକୁ ଦେଖି ପେଟ୍ରୋଲ ପମ୍ପ୍ ରେ ଗାଡି ଛାଡି ଲୋକେ ଦୌଡି ପଳାଇଛନ୍ତି ।
ତେବେ ଗ୍ୟାସ୍ ଟାଙ୍କି ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି । ପେଟ୍ରୋଲ ପମ୍ପକୁ ଆସିଥିବା ଗ୍ୟାସ୍ ଗାଡି ଅନଲୋଡିଂ ସମୟରେ ଅକ୍ସିଜେନ୍ ଭର୍ତ୍ତି ହେଉଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ଘଟିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଶୁଣିବାକୁ ମିଳିଛି । ପ୍ରଚଣ୍ଡ ଶବ୍ଦ କରି ନିଆଁ ଜଳିବା ସହ ବହୁ ଉଚ୍ଚକୁ ଅଗ୍ନିଶିଖା ଉଠୁଥିବା ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ଡ ସମୟରେ ସେହି ପେଟ୍ରୋଲ ପମ୍ପରେ ତେଲ ଟ୍ୟାଙ୍କର ଥିବା ବେଳେ ନିଆଁ ବ୍ୟାପିନଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular