ଭୁବନେଶ୍ୱର: ଓଲିଉଡ଼ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାଦ ମାମଲାରେ ଆଜି ପଟିଆଲା ହାଉସ କୋର୍ଟ ବର୍ଷାଙ୍କୁ ନୋଟିସ ଜାରି କରିଛି । ତେବେ ଆସନ୍ତା ଡିସେମ୍ବର ୧୦ ତାରିଖରେ ବର୍ଷା କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ବିଚାପତି ଅଂଜୁ ବଜାଜ ଚନ୍ଦନା ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି । ସୂଚନା ଅନୁସାରେ, ଦିଲ୍ଳୀର ପଟିଆଲା ହାଉସ କୋର୍ଟରେ ଅନୁଭବ ବର୍ଷାଙ୍କ ବିରୁଦ୍ଧରେ ଛାଡପତ୍ର ପିଟିସନ ଦାଖଲ କରିଥିଲେ । ତେବେ ଅନୁଭବ ୪୭ ପୃଷ୍ଠାର ପିଟିସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ବିବାହ ପରେ ବର୍ଷା କେବେ ବୈବାହିକ ସମ୍ପର୍କ ରଖିନଥିବାର ଭଳି ସଙ୍ଗୀନ ଅଭିଯୋଗ ଅନୁଭବ ନିଜ ପିଟିସନରେ ଦାଖଲ କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0