ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ନାତକ (ୟୁଜି) ପାଠ୍ୟକ୍ରମର ଏକକ ପ୍ରବେଶିକା ପରୀକ୍ଷା ଆସନ୍ତା ୧୧ରେ ଅନୁଷ୍ଠିତ ହେବ। ଏଥର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ଚଳିତବର୍ଷ ରାଜ୍ୟର ୨୪ଟି ସ୍ଥାନରେ ମୋଟ ୮୧ଟି ପରୀକ୍ଷା କେନ୍ଦ୍ର ହୋଇଛି। ରବିବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୧ଟା ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀ କୌଣସି କାରଣରୁ ଫର୍ମ ‘ବି’ ପୂରଣ କରି ନ ଥିବେ ସେମାନେ ମଧ୍ୟ ପରୀକ୍ଷା ଦେଇପାରିବେ। ସେମାନଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ପୁନର୍ବାର ସୁଯୋଗ ଦିଆଯାଇଛି। ଆସନ୍ତାକାଲିଠାରୁ ୨୦ ତାରିଖ ପର୍ୟ୍ୟନ୍ତ ବିଶ୍ବବିଦ୍ୟାଳୟ ୱେବ୍ସାଇଟ୍କୁ ଲଗଇନ କରି ଛାତ୍ରଛାତ୍ରୀ ଫର୍ମ ‘ବି’ ପୂରଣ କରିପାରିବେ। ଫର୍ମ ‘ଏ’ ଦାଖଲ କରିଥିବା ଛାତ୍ରଛାତ୍ରୀ ଫର୍ମ ‘ବି’ ଦାଖଲ କରି ନ ଥିଲେ ମଧ୍ୟ ପରୀକ୍ଷା ଦେଇପାରିବେ। ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ୍ କରି ପରୀକ୍ଷା ଦେଇପାରିବେ। ତେବେ ୨୦ ତାରିଖ ସୁଦ୍ଧା ଫର୍ମ ‘ବି’ ଦାଖଲ କରିବାକୁ ପଡ଼ିବ ବୋଲି ଓୟୁଏଟି ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ବେହେରା କହିଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0