spot_img

ଏକକ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ, ଆସନ୍ତା ୧୨ରୁ ୨୨ ଯାଏଁ ଚାଲିବ ପରୀକ୍ଷା

ଚଳିତ ଏକକ ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୨ରୁ ଆରମ୍ଭ ହୋଇ ୨୨ ଯାଏଁ ପରୀକ୍ଷା ଚାଲିବ । କରୋନା ପରୀକ୍ଷାର୍ଥୀ ମଧ୍ୟ ପରୀକ୍ଷା ଦେଇପାରିବେ । ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ବ୍ୟବସ୍ଥା କରାଯାଇଛି । ଚଳିତଥର ୮୩ଟି ଷ୍ଟ୍ରମରେ ନାମଲେଖା ହେଉଛି । ୧୪,୭୦୦ସିଟ୍ ପାଇଁ ଆବେଦନ କରିଛନ୍ତି ୬୨,୨୦୦ ଛାତ୍ରଛାତ୍ରୀ । ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ନଭେମ୍ବର ୭ରେ ବାହାରିବ ମେରିଟ୍ ଲିଷ୍ଟ । ପ୍ରେସମିଟରେ ସୂଚନା ଦେଲେ ଉଚ୍ଚଶିକ୍ଷା ବିଭାଗ ସଚିବ । ପ୍ରତ୍ୟେକ ପରୀକ୍ଷା ୯୦ମିନିଟ ଅବଧିର ହେବ । ଓ.ଏମ୍.ଆର. ସିଟରେ ୭୦ଟି ମଲ୍ଟିପୁଲ ଚଏସ ପ୍ରଶ୍ନ ରହିବ । ଛାତ୍ରଛାତ୍ରୀମାନଙ୍କୁ ଅବଗତି ନିମନ୍ତେ କିଛି ମଡେଲ ପ୍ରଶ୍ନ ୱେବସାଇଟରେ ଅପଲୋଡ କରାଯାଇଛି । ଛାତ୍ରଛାତ୍ରୀ ନାମଲେଖା ନିମନ୍ତେ ଏକାଧିକ ବିଷୟରେ ପରୀକ୍ଷା ଦେବାର ସୁବିଧା ପ୍ରଦାନ କରାଯାଇଛି । ପ୍ରତ୍ୟେକ ଦିନ ତିନୋଟି ସିଟିଙ୍ଗରେ ପରୀକ୍ଷା ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular