କର୍ଣ୍ଣାଟକ : ପିଛା ଛାଡ଼ୁନି ବିବାଦ । ମହାରଷ୍ଟ୍ର ବାହାରେ ମଧ୍ୟ ବଢ଼ିଲା କଙ୍ଗନାଙ୍କ ମୁସ୍କିଲ । କୃଷି ଆଇନ ବିରୋଧରେ କରିଥିବା ଟ୍ୱିଟକୁ ନେଇ ହେଲେ ସମାଲୋଚିତ । ଏନେଇ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଲେ କର୍ଣ୍ଣାଟକ କୋର୍ଟ ।
ଓକିଲ ଏଲ ରମେଶ ନାଇକଙ୍କ ତରଫରୁ ହୋଇଥିବା ଅଭିଯୋଗ ଆଧାରରେ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଫାଷ୍ଟ କ୍ଲାସ୍(ଜେଏମଏଫସି) କ୍ୟାଥାସାନ୍ଦ୍ରା ପୋଲିସ ଷ୍ଟେସନର ଇନ୍ସପେକ୍ଟରଙ୍କୁ କଙ୍ଗନାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କହିଛନ୍ତି।
କଙ୍ଗନା ସେପ୍ଟେମ୍ବର ୨୧ରେ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଅକବଦ୍ଭଶବଦ୍ଭବଞରବଜ୍ଞରୁ ଟ୍ଵିଟ୍ କରି ଲେଖିଥିଲେ, ଯେଉଁ ଲୋକ ସିଏଏ ଉପରେ ଭୁଲ ସୂଚନା ଦେବା ସହ ଗୁଜବ ସୃଷ୍ଟି କରିଥିଲେ, ଯେଉଁ କାରଣରୁ ହିଂସା ଘଟିଲା ଏବେ ସେହି ଲୋକ କୃଷକ ବିରୋଧୀ ଆଇନରେ ଭୁଲ ସୂଚନା ଦେଉଛନ୍ତି, ଯେଉଁଥିରେ ଦେଶରେ ଭୟର ମାହୋଲ ରହିଛି। ଏମାନେ ସବୁ ଆତଙ୍କୀ ବୋଲି କଙ୍ଗନା କହିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0