ଭୁବନେଶ୍ୱର : ଓପିଜିସିରୁ ଆମେରିକୀୟ କମ୍ପାନି ‘ଏଇଏସ୍’ ଅଧକାରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି ବ୍ରଜରାଜନଗର ବିଧାୟକ କିଶୋର ଚନ୍ଦ୍ର ମହାନ୍ତି। ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏଇଏସ୍ କମ୍ପାନି ଅଧିକାରୀମାନଙ୍କ ଅନିଭଜ୍ଞତା ଓ ଦୁର୍ନୀତିଖୋର୍ ମନୋଭାବ ଓପିଜିସିର ଦୁରାବସ୍ଥା ପାଇଁ ଦାୟୀ ବୋଲି କାରଣ ଦର୍ଶାଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ଏଇଏସ୍ କମ୍ପାନି ହାତରେ ଥିବା ଓପିଜିସିର ୪୯ ପ୍ରତିଶତ ଅଂଶଧନ କିଣିବା ନିଷ୍ପତ୍ତି ଐତିହାସିକ ବୋଲି ବର୍ଣ୍ଣନା କରି ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ଏହି କମ୍ପାନି ବିଦାୟ ନେବା ପରେ ଏଇଏସ୍ର କିଛି ଅସାଧୁ ଅଧିକାରୀ ଓପିଜିସିରେ ରହିବା ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ସେ ଦର୍ଶାଇଛନ୍ତି। ପୂର୍ବରୁ ଏହି ଅଧିକାରୀମାନଙ୍କ ପାଇଁ ଓପିଜିସି କିଭଳି ବିପୁଳ କ୍ଷତି ସହିଛି, ତାହାର ଉଦାହରଣ ସେ ଦେଇଛନ୍ତି। ୧୯୯୯ ମସିହାରେ ଏଇଏସ୍ ଅଂଶଧନ କିଣିବା ବେଳେ ଆଉ ଦୁଇଟି ପାୱାର୍ ପ୍ଲାଣ୍ଟ ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ମାତ୍ର ବହୁ ବିଳମ୍ବରେ ଅର୍ଥାତ୍ ୨୦୧୫ ମସିହାରେ ଦୁଇଟି ୟୁନିଟ୍ ୬୬୦ ଙ୍ଘ୨ କାର୍ୟ୍ୟକ୍ଷମ କରାଗଲା। ନିମ୍ନମାନର ଯନ୍ତ୍ରପାତି, ବ୍ୟାପକ ଦୁର୍ନୀତି ଓ ଅନିଭଜ୍ଞ ଏଇଏସ୍ ଅଧିକାରୀମାନଙ୍କ ପାଇଁ ଉକ୍ତ ପାୱାର ପ୍ଲାଣ୍ଟର ଏହି ଦୁରାବସ୍ଥା ହୋଇଛି। ଗତ ସେପ୍ଟେମ୍ବର ୫ ତାରିଖରେ ୩ ନମ୍ବର ୟୁନିଟ୍ରୁ ପାଉଁଶ ହୁପର ଖସି ୬ ଜଣ ଶ୍ରମିକ ଆହତ ହୋଇଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସବୁ ଘଟଣା ପାଇଁ ଏଇଏସ୍ ଅଧିକାରୀମାନେ ଦାୟୀ। ତେଣୁ ସରକାର ସରଜମିନ୍ ତଦନ୍ତ ଆଦେଶ କରାଇବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0