spot_img

ବିଜେଡ ଅଫିସ କେବେ ସିଲ ହେବ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ଅଫିସ ସିଲ ହେବାପରେ ବିଜେଡି ସାସଂଦ ଅପରାଜିତା ଷଡ଼ଙ୍ଗୀ ଙ୍କ ପ୍ରେସମିଟ । କହିଲେ ନିୟମ ଭାଙ୍ଗୁଥିବା ବିଜେଡ଼ି ନେତାଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ୨ଦିନ ମଧ୍ୟରେ ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖିବେ ଅପରାଜିତା । ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର । ୧୫ ଦିନ ମଧ୍ୟରେ ସଠିକ ଉତ୍ତର ନମିଳିଲେ ପୁଣି କରିବେ ସାମ୍ବାଦିକ ସମ୍ମିଳନୀ ।
ଯଦି କୌଣସି ପାତରଅନ୍ତର ଥିବା ତେବେ ଉତର ମିଳିବ ନାହିଁ ବୋଲି କହିଲେ ଅପରାଜିତା । ଲୋକଙ୍କ ପାଇଁ ସବୁବେଳେ କାମ କରିବାକୁ ଇଚ୍ଛା ରଖିଛି ତେଣୁ କୌଣସି ବାଧା ବିକାଶ କାମକୁ ଅଟକାଇପାରିବ ନାହିଁ ବୋଲି କହିଲେ ଅପରାଜିତ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅକ୍ଟୋବର ୮ରେ ମୋର ଜନ୍ମଦିନ ଥିଲା । ୭ରେ ଦିଲ୍ଲୀରୁ ଫେରିବା ବେଳେ ଏୟାରପୋର୍ଟରେ ଅନେକ ପ୍ରଂଶସକ ଥିଲେ । କୁଆଡୁ ଏତେ ପ୍ରଶଂସକ ଆସିଲେ ତାହା ମତେ ଜଣାନାହିଁ ।

ଜନ୍ମଦିନ ପାର୍ଟିରେ ମୁଁ ଅଧିକ ଭାବନାତ୍ମକ ହୋଇ ପଡିଥିଲି । କିଛି ସମୟ ମାସ୍କ ବାହାର କରିଥିଲି କିନ୍ତୁ ପରେ ପିନ୍ଧିଥିଲି । କୌଣସି ପ୍ରକାର କୋଭିଡ ନିୟମ ଉଲଙ୍ଘନ ହୋଇନାହିଁ । ଲୋକଙ୍କ ସେବା ମୋର ମୂଳ ଲକ୍ଷ୍ୟ । ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ । କୌଣସି ପ୍ରକାର ଆକ୍ରୋଶମୂଳକ କାର୍ୟ୍ୟ ନହେଉ । ବିଜେଡି ବିରୋଧେ ପାଲଟା ଅଭିଯୋଗ ଆଣିଲେ ଅପରାଜିତା । ପରୋକ୍ଷରେ ନବୀନଙ୍କ ଉପରକୁ ଆଙ୍ଗୁଳି ଉଠାଇଲେ ଅପରାଜିତା । ବିଜେଡିର କେତେ କାର୍ୟ୍ୟକ୍ରମର ଉଦାହରଣ ଦେଇ ଅଭିଯୋଗ ଆଣିଲେ ବିଜେପି ସାଂସଦ । କହିଲେ, ମହାରଥୀଙ୍କ ଅନ୍ତ୍ୟେଷ୍ଟ୍ରି କ୍ରିୟାରେ ସାମିଲ ଥିଲେ ମନ୍ତ୍ରୀ ସମୀର ଦାଶ । ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି କୌଣସି ବାଧା ରୋକି ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular