spot_img

ରାଜସ୍ଥାନ ବନାମ ହାଇଦ୍ରାବାଦ, ମୁହାଁ ମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ

ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୨୬ତମ ମ୍ୟାଚ । ଆଜି ଦୁଇଟି ମ୍ୟାଚ ଖେଳାହେବାକୁ ଥିବାବେଳେ ପ୍ରଥମ ମ୍ୟାଚ ଦିନ ୩.୩୦ରେ ଖେଳାଯିବ । ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ପଡିଆକୁ ଓହ୍ଲାଇବ । ଆଜି ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ ରାଜସ୍ଥାନ ଟିମରୁ ଖେଳିବାକୁ ଯାଉଛନ୍ତି ବେନ ଷ୍ଟୋକ । ସେପଟେ ସଂନ୍ଧ୍ୟା ୭.୩୦ରେ ଖେଳାଯିବ ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ ଭେଟିବ । ଷ୍ଟିଭ ସ୍ମିତଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସ ୬ଟି ମ୍ୟାଚରୁ କେବଳ ୨ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି । ତେବେ ଦଳରେ ଅଲରାଉଣ୍ଡର ରାହୁଲ ତିୱାତିଆ, ଜୋସ ବଟଲର, ରବିନ ଉଥପ୍ପା ଓ ଡେଭିଡ ମିଲରଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଜିର ମ୍ୟାଚ ଖେଳୁଛନ୍ତି । ସେହିପରି ଦଳରେ ଦ୍ରୁତ ବୋଲର ଜୟଦେବ ଉନାଦକତ ଓ ଜେଫ୍ରା ଆର୍ଚରଙ୍କ ଭଳି ପ୍ରମୁଖ ବୋଲର ଅଛନ୍ତି । ଯାହାକି ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହେବ । ଅନ୍ୟପଟେ ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଅଛି । ହାଇଦ୍ରାବାଦ ଦଳରେ କ୍ୟାପଟେନ ଓା୍ୱର୍ଣ୍ଣର, କେନ ୱିଲିୟମସନ ଓ ବେୟାରଷ୍ଟୋଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଖେଳୁଛନ୍ତି । ସେହିପରି ଦଳରେ ଷ୍ଟାର ବୋଲର ରସିଦ ଖାନ ମଧ୍ୟ ଅଛନ୍ତି ।

mi vs dc

ସେହିପରି ଆଜିର ଦ୍ୱିତୀୟ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦଳ ଦିଲ୍ଲୀକୁ ରୋକିବା ଲକ୍ଷରେ ପଡିଆକୁ ଓହ୍ଲାଇଛି । ମୁମ୍ବାଇ ଇଣ୍ଡିଆନ୍ସ ଦଳର ବିସ୍ଫୋରକ ବ୍ୟାଟସମ୍ୟାନ ହିସାବରେ ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଚମକ୍ରାର ଫର୍ମରେ ଅଛନ୍ତି । ସେହିପରି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ଟେଣ୍ଟ ବୋଲ୍ଟ ଓ ପ୍ୟାଟିସନଙ୍କ ଭଳି ଚମକ୍ରାର ବୋଲର ଆଜିର ମ୍ୟାଚ ଖେଳୁଛନ୍ତି । ଯାହାକି ଆଜିର ମ୍ୟାଚରେ ଦିଲ୍ଳୀର ଏକ ବଡ଼ ସ୍କୋରକୁ ରୋକିବାରେ ସହାୟକ ହେବ । ଅନ୍ୟପଟେ ଦିଲ୍ଳୀ କ୍ୟାପିଟାଲ ଟିମ ପଏଣ୍ଟଟେବୁଲରେ ଶୀର୍ଷ ସ୍ଥାନରେ ଅଛି । ତେବେ ଟିମର ବ୍ୟାଟିଂରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କୋସ ଷ୍ଟୋଇନିସ, ଋଷଭ ପନ୍ତ, ଶିଖର ଧାୱନ ଏବଂ ଅଧିନାୟକ ଶ୍ରେୟସ ଆୟାରଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଦଳରେ ଅଛନ୍ତି । ସେହିପରି ଆଇପିଏଲରେ ସର୍ବାଧିକ ୱିକେଟ ନେଇଥିବା କାଗିସୋ ରାବାଡା ମଧ୍ୟ ଦଳରେ ଅଛନ୍ତି । ଅନ୍ୟପଟେ ଆର.ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଭଳି ଚମକ୍ରାର ସ୍ଫିନର ଆଜିର ମ୍ୟାଚ ଖେଳୁଛନ୍ତି ଯାହାକି ଟିମର ଜିତିବା ଆଶାକୁ ଉଜ୍ଜ୍ୱଳ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular