ସମ୍ବଲପୁର : ସମ୍ବଲପୁର ହାଟପଡା ବାବଲୁ ନାୟକଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ। ରବିବାର ମୁଖ୍ୟ ଅଭିଯୁକ୍ତ ଦେବା ବାଗକୁ ଗିରଫ କରିଛି ସମ୍ବଲପୁର ପୋଲିସ୍। ହତ୍ୟା ପାଇଁ ବ୍ୟବହୃତ ମାରଣାସ୍ତ୍ର ସହ ମୋଟର ସାଇକେଲ ଜବତ ହୋଇଛି। ଏହା ସହ ଦେବାର ସହଯୋଗୀକୁ ଧରିବା ପାଇଁ ପୋଲିସ ୩ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ପୋଲିସ ସୂଚନା ଦେଇଛି। ତେବେ ପୂର୍ବରୁ ଦେବା ନାଁରେ ସମ୍ବଲପୁର ଟାଉନଥାନା, ଅଇଁଠାପାଲି, ରେଙ୍ଗାଲି ଥାନାରେ ୮ଟି ଅପରାଧିକ ମାମଲା ରହିଛି। ତେବେ ଦେବାକୁ ଆଜି କୋର୍ଟରେ ହାଜର କରାଯିବା ସହ ରିମାଣ୍ଡରେ ଆଣିବା ପାଇଁ ସମ୍ବଲପୁର ପୋଲିସ ଯୋଜନା କରୁଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଗତକାଲି ଦିନ ୧୧ଟାରେ ବାବୁଲୁ ନାୟକ ହାଟପଡାର ଏକ ପାନ ଦୋକାନରେ ଠିଆ ହୋଇଥିବା ବେଳେ ଦେବା ବାଗ ଓ ତାର ସହଯୋଗୀ ମଟର ସାଇକେଲରେ ଆସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ହତ୍ୟା କରି ଫେରାର୍ ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତର ଅବସ୍ଥାରେ ବାବୁଲୁକୁ ଉଦ୍ଧାର କରିବା ସହ ହସ୍ପିଟାଲ ଭର୍ତ୍ତି କରିଥିଲେ। ସେଠରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0