spot_img

କଡ଼ା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର ହେବେ ହାଥରସ ପୀଡ଼ିତାଙ୍କ ପରିବାର

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର ହେବେ ହାଥରସ ପୀଡ଼ିତାଙ୍କ ପରିବାର । ଉତ୍ତରପ୍ରଦେଶରେ ହାଥରସ ଘଟଣାର ଶୁଣାଣି ଆଜି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହେବ। ଏହି ମାମଲାରେ ସରକାର ଏବଂ ପୁଲିସର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଅଦାଲତ ପକ୍ଷରୁ ଡକାଯାଇଛି। ଶୁଣାଣି ପାଇଁ କଡ଼ା ସୁରକ୍ଷା ମଧ୍ୟରେ ପୀଡ଼ିତାଙ୍କ ପରିବାର ଲକ୍ଷ୍ନୌ ବାହାରି ସାରିଥିବା ନେଇ ଖବର ମିଳିଛି।

 

ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଏସକର୍ଟରେ ୬ଟି ଗାଡ଼ି ରହିଛି। ପୀଡ଼ିତାଙ୍କ ପରିବାର ସହ ଏସଡିଏମ ଅଞ୍ଜଳି ଗଙ୍ଗୱାର ମଧ୍ୟ ଲକ୍ଷ୍ନୌକୁ ଯାଉଛନ୍ତି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଅପରାହ୍ନ ୨.୩୦ରୁ ଶୁଣାଣି ଆରମ୍ଭ ହେବ ବୋଲି ଜଣା ପଡ଼ିଛି। ପୀଡ଼ିତାଙ୍କ ପରିବାର ସକାଳ ୬ଟାରେ ହାଥରସରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ଦିନ ୧୧ଟାରୁ ୧୨ଟା ସୁଦ୍ଧା ସେମାନେ ଲକ୍ଷ୍ନୌରେ ପହଞ୍ଚିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular