ତୀବ୍ର ଅବପାତର ରୂପ ନେଇଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ । କେନ୍ଦ୍ରୀୟ ଅବପାତ ଘଣ୍ଟ ପ୍ରତି ୧୭ କିଲୋମିଟର ବେଗରେ ଅତିକ୍ରମ କରୁଛି । ଆନ୍ଧ୍ର ପ୍ରଦେଶ ସମେତ ଦକ୍ଷିଣ ଓଡିଶାର ୬ ଜିଲ୍ଲାରେ ପ୍ରବଳ ବର୍ଷା ଜାରି । ଟ୍ୱିନ ସିଟିରେ ପ୍ରବଳ ବର୍ଷା ଆକଳନ । ଘରୁ ନବାହାରିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ଏହି ତୀବ୍ର ଅବପାତ ଆନ୍ଧ୍ରପ୍ରଦେଶର କାକିନଡା ଅତିକ୍ରମ କରିସାରିଛି । ଫଳରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବା ସହ ମଝିରେ ମଝିରେ ୬୦ କିଲୋମିଟର ପବନ ବହିବାର ଆଶଙ୍କା ରହିଛି । ସ୍ଥଳଭାଗରେ ଅତିକ୍ରମ କଲା ଗଭୀର ଅବପାତ । ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜିରି କରିଛି ପାଣିପାଗ ବିଭାଗ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0