ଭୁବନେଶ୍ୱର: ଅକ୍ଟୋବର ୧୪ରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ନିଟ । ଯେଉଁ ପରୀକ୍ଷାର୍ଥୀ ମାନେ କରୋନା ଆକ୍ରାନ୍ତ କିମ୍ଭା କଣ୍ଟେନମେଣ୍ଟ ଜୋନରେ ରହିଥିଲେ ସେମାନେ ଏଥିରେ ଭାଗ ନେଇପାରିବେ । ଅକ୍ଟୋବର ୧୪ରେ ଏହି ସ୍ୱତନ୍ତ୍ର ନିଟ୍ ଅନୁଷ୍ଠିତ ହୋଇ ଅକ୍ଟୋବର ୧୬ରେ ଏହାର ଫଳାଫଳ ପ୍ରକାଶ ପାଇବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଟ୍ୱିଟ କରି କହିଛନ୍ତି । ଏହା କେଉଁ ସମୟରେ ବାହାରିବ, ସେନେଇ ପରବର୍ତୀ ସମୟରେ ସୂଚନା ଦିଆଯିବ। ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିଟ୍ ଓ ଆସନ୍ତା ୧୪ତାରିଖରେ ହେବାକୁ ଥିବା ସ୍ବତନ୍ତ୍ର ନିଟ୍ ପରୀକ୍ଷାର୍ଥୀଙ୍କ ମାର୍କକୁ ଆଧାର କରି ntaneet.nic.in ଓ nta.ac.in ୱେବ୍ସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ସାରା ଦେଶର ୧୪ଲକ୍ଷ ୩୭ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ୩୪ ହଜାର ପରୀକ୍ଷାର୍ଥୀ ଥିଲେ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0