ବ୍ୟୁରୋ ରିପୋର୍ଟ: ମହିଳା ଟି-୨୦ ଚ୍ୟାଲେଞ୍ଜରେ ଖେଳିବେ ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ । ଭେଲୋସିଟି ଟିମ ତରଫରୁ ଖେଳିବାକୁ ସୁଯୋଗ ପାଇ ଓଡିଶା ପାଇଁ ଗର୍ବ ଆଣିଛନ୍ତି ସୁଶ୍ରୀ । ଚଳିତ ମହିଳା ଆଇପିଏଲ ଖେଳିବା ପାଇଁ ସୁଶ୍ରୀ ଯିବେ ୟୁଏଇ । ଭେଲୋସିଟି ଟିମରେ ମିଥାଲି ରାଜଙ୍କ ଅଧିନାୟକତ୍ୱରେ ଖେଳିବେ ଓଡିଆ ଅଲରାଉଣ୍ଡର ସୁଶ୍ରୀ । ୨୦୧୯ ରେ ମଧ୍ୟ ସେ ମହିଳା ଟି-୨୦ ଚ୍ୟାଲେଞ୍ଜରେ ୱେଲୋସିଟି ପାଇଁ ମଧ୍ୟ ଖେଳିଛନ୍ତି । ଜାନୁଆରୀ ୨୦୧୯ରେ ତାଙ୍କୁ ୨୦୧୮-୧୯ ର ସିନୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ପାଇଁ ଇଣ୍ଡିଆ ଗ୍ରୀନ ଟିମ୍ ରେ ସାମିଲ କରାଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0