ଚେନ୍ନାଇ: ପୁଣି ପରଦାରେ ଦର୍ଶକ ଦେଖିବେ ଆଉ ଜଣେ କ୍ରିକେଟରଙ୍କ ଆତ୍ମ କାହାଣୀ । ମହେନ୍ଦ୍ର ସିଂହ ଧୋନୀ, କପିଳ ଦେବଙ୍କ ପରେ ପରେ ଶ୍ରୀଲଙ୍କା ଖେଳାଳୀଙ୍କ ଆତ୍ମ ଜୀବନ ଉପରେ ଆସୁଛି ଫିଲ୍ମ୍ମ ‘୮୦୦’ । ରିୟର ଲାଇଫର କାହାଣୀକୁ ନେଇ ଦର୍ଶକ ରିଲରେ ଦେଖିବେ ମୁରଲୀଙ୍କ ଜୀବନ କାହାଣୀ । ଶ୍ରୀଲଙ୍କା ସ୍ପିନର କ୍ରିକେଟର ମୁଥୟା ମୁରଲୀଧରନ ଜୀବନ ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମର ମୁଖ୍ୟ ଭୂମିକା ତଥା ମୁଥୟା ମୁରଲୀଙ୍କ ଭୂମିକାରେ ଦେଖିବାକୁ ମିଳିବେ ତାମିଲ ଅଭିନେତା ବିଜୟ ସେଥୁପତି । ମଙ୍ଗଳବାର ଖେଳାଯିବାକୁ ଥିବା ଚେନ୍ନାଇ ସୁପରକିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଅବସରରେ ଚଳଚ୍ଚିତ୍ରର ମୋସନ ପିକ୍ଚର୍ସ ଉନ୍ମୋଚନ କରାଯିବ। ଏମଏସ୍ ଶ୍ରୀପଥୀଙ୍କ ନିଦ୍ଦେର୍ଶନାରେ ତିଆରି ହେବାକୁ ଥିବା ଏହି ଚଳଚ୍ଚିତ୍ରର ନାଁ ମୁରଲୀଙ୍କ ୮୦୦ ଟେଷ୍ଟ୍ ୱିକେଟ୍ ଆଧାରରେ ରଖା ଯାଇଛି। ଏହି ଚଳଚ୍ଚିତ୍ରର ସୁଟିଂ ଶ୍ରୀଲଙ୍କା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତରେ ହେବ। ସୂଚନାଯୋଗ୍ୟ ଯେ ମୁରଲୀ ସଂପ୍ରତି ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ପ୍ରଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି।
ବର୍ତ୍ତମାନ କ୍ରିକେଟକୁ ନେଇ ଚଳଚ୍ଚିତ୍ର ନିର୍ମାଣ ଧାରା ଜୋର ଧରିଛି। ଆସନ୍ତା ବଡ଼ଦିନ ଉପଲକ୍ଷେ ପରଦାକୁ ଆସୁଛି ହିନ୍ଦୀ ଚଳଚ୍ଚିତ୍ର ‘୮୩’। କବୀର ଖାନଙ୍କ ନିର୍ଦ୍ଦେଶିତ ‘୮୩’ ଚଳଚ୍ଚିତ୍ରଟି ୧୯୮୩ କ୍ରିକେଟ୍ ବିଶ୍ୱକପରେ ଭାରତର ବିଜୟ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ରଣବୀର ସିଂ ବିଶ୍ବକପ୍ ବିଜୟୀ ଭାରତୀୟ ଦଳ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନେତ୍ରୀ ପତ୍ନୀ ଦୀପିକା ପାଦୁକୋନ ମଧ୍ୟ ଏହି ପ୍ରକଳ୍ପର ଏକ ଅଂଶ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0