ଦିଗପହଣ୍ଡି: ଲଘୁଚାପ ବର୍ଷାରେ ବେହାଲ ଦିଗପହଣ୍ଡିର ପାତ୍ରପୁର ବ୍ଲକ । ବ୍ଲକର ପାହାଡିଆ ଅଞ୍ଚଳରେ ଅଧିକ ପରିମାଣରେ ବର୍ଷା ଫଳରେ ଗାଁ ଗୁଡିକରେ ଜଳବନ୍ଦୀଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବାହୁଦାନଦୀ ଅବବାହିକା ତଟବର୍ତ୍ତୀ ଗାଁ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ବଜ୍ରଗୁମା ନିକଟରେ ଏକ ଘାଇ ସୃଷ୍ଟି ହୋଇଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁଲୋକ । ପାତ୍ରପୁର ବ୍ଲକ ଅଂକୁଲା ପଂଚାୟତ ଇଲେଗେଲା ଗାଁରେ ଥିବା ଲୋକମାନେ ଜଳବନ୍ଦୀରୁ ଉଚ୍ଚସ୍ଥାନକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷାର ପରିମାଣ ବଢ଼ିବା ଫଳରେ ବାଘଲଟି ଡ଼୍ୟାମର ୨ଟି ଗେଟ୍ ଖୋଲାଯାଇ ପାଣି ଛଡ଼ା ଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0