spot_img

ଜୁଆ ଆଡ୍ଡା ଉପରେ ଚଢାଉ, ୧୪ଜଣ ଗିରଫ

ଗଞ୍ଜାମ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଲକ୍ଷ୍ମୀ ବିହାର ଅଞ୍ଚଳରେ ଏହି ଚଢାଉ ହୋଇଛି । ଏହି ଚଢାଉରେ ୧୪ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ । ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ୨ମାସ ହେଲା ଜୁଆ ଆଡ୍ଡା ଚାଲୁଥିଲା । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆତର୍କିତ ଭାବେ ବଡବଜାର ଥାନା ଲକ୍ଷ୍ମୀବିହାର ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ୧୪ ଜଣଙ୍କୁ ଗିରଫ କରିଛି ପୋଲିସ। ଏହାସହିତ ୧ ଲକ୍ଷ ୭୦ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କିଛି ମହିଳା ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular