spot_img

ଅବକାରୀ କର୍ମଚାରୀଙ୍କୁ ମାଡ ଘଟଣାରେ ଆଉ ୩ ଜଣ ଗିରଫ

ଭଦ୍ରକ ଅବକାରୀ କର୍ମଚାରୀଙ୍କୁ ମାଡ଼ ଘଟଣା ପୁଣି ଗିରଫ ହେଲେ ୩ ଜଣ । ଗିରଫ କଲା ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ । ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ସୂଚନାଯୋଗ୍ୟ ଯେ,  ଭଦ୍ରକ ଜିଲ୍ଲା ମିର୍ଜାପୁର ଅଞ୍ଚଳରେ ଅବକାରୀ ଇନ୍ସପେକ୍ଟର ଓ କର୍ମଚାରୀ ବେଆଇନ ମଦ ତିଆରି ଓ ବିକ୍ରି କରାଯାଉଥିବା ନେଇ ଚଢ଼ାଉ କରିଥିଲେ । ଗାଁରୁ ଦେଶୀ ମଦ ସହ ଦୁଇ ଜଣ ଆସାମୀଙ୍କୁ ଧରିଥିଲେ । ଏହି ସମୟରେ ମଦ ମାଫିଆମାନେ ସଙ୍ଗବଦ୍ଧ ଭାବେ ଅବକାରୀ ଇନ୍ସପେକ୍ଟର ଓ କର୍ମଚାରୀଙ୍କୁ ଢେଲା ପଥର ମାଡ଼ କରିଥିଲେ । ପରେ ଅବକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଜବତ ମଦ ଓ ଆସାମୀଙ୍କୁ ଛଡାଇ ନେଇଥିଲେ ।

ମଦ ମାଫିଆଙ୍କ ମାଡ଼ରେ ଇନ୍ସପେକ୍ଟରଙ୍କ ସହ ୭ ଜଣଙ୍କୁ ଉଦ୍ଧାର କରିଥିଲା ପୁରୁଣାବଜାର ପୋଲିସ । ପରେ ୭ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ । ପରେ ଏ ନେଇ ଏତଲା ଦେଇଥିଲେ ଅବକାରୀ ଇନ୍ସପେକ୍ଟର । ପୁରୁଣାବଜାର ପୋଲିସ ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିଲା । ପୁଣି ବିଳମ୍ବିତ ରାତିରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular