spot_img

ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ

ରାଇରଙ୍ଗପୁର :ରାଇରଙ୍ଗପୁର ସହରର ଏକ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ କୋଟିଏ ଟଙ୍କାର ସାମଗ୍ରୀ ଜଳିଯାଇଛି । ରାଇରଙ୍ଗପୁର ସହର ମୁଖ୍ୟ ଗୋଲେଇ ଛକ ନିକଟ ଫ୍ରେଣ୍ଡସ କର୍ଣ୍ଣର ମାର୍କେଟ କମ୍ପ୍ଲେସରେ ଏହି ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ୨ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । କିଛି ସମୟ ପରେ ସ୍ଥାନୀୟ ଲୋକେ ଦୋକାନ ଘରୁ ନିଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହଁ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular