ଚାନ୍ଦବାଲି : ଦୁଇ ଦିନର ଲଘୁଚାପ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନର ବର୍ଷା ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ଓଳଗ ପଂଚାୟତର ବୋଡକ ଗାଁରେ ମଧ୍ୟ ପାଣି ନିଷ୍କାସନ ନ ହୋଇପାରି ଗାଁ ରାସ୍ତା ଓ କିଛି ଘର ଆଗରେ ପାଣି ଜମିରହିଛି । ଫଳରେ ଲୋକମାନେ ବହୁ ହଇରାଣ ହେଉଥିବାର ଅଭିଯୋଗ କରିଛନ୍ତି । ପୂର୍ବରୁ ଡ୍ରେନ ଓ ବର୍ଷା ପାଣି ନିଷ୍କାସନ ହେବା ପାଇଁ ରାସ୍ତା ଥିଲା ହେଲେ ଏବେ ସେହି ରାସ୍ତାକୁ ଗାଁର କିଛି ଲୋକ ବନ୍ଧ ବାନ୍ଧି ରାସ୍ତା କରିଦେଇଛନ୍ତି ଫଳରେ ଡ୍ରେନ ଓ ବର୍ଷା ପାଣି ନିଷ୍କାସନ ନ ହୋଇପାରି ଗାଁ ମୁଣ୍ଡ ରାସ୍ତା ସହ କିଛି ଲୋକଙ୍କ ଘର ଆଗରେ ଦୀର୍ଘ ଦିନ ଧରି ଜମି ରହୁଛି । ଦୀର୍ଘଦିନ ଧରି ପାଣି ଜମିରହି ପଚି ଗାଁରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉୁଥିବାର ଅଭିଯୋଗ କରିଛନ୍ତି ଗାଁ ଲୋକେ । ବୋଡକ ଗାଁ ପାଇଁ ଡ୍ରେନେଜ ସମସ୍ୟା ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ବର୍ଷା ଦିନ ସାରା ଏପରିଭାବେ ରାସ୍ତା ଓ ଘର ଆଗରେ ପାଣି ଜମି ରୁହେ ବୋଲି କୁହିଛନ୍ତି ଗ୍ରାମବାସୀ ଏ ସମସ୍ୟା ବାବଦରେ ଗ୍ରାମବାସୀମାନେ ସ୍ଥାନୀୟ ସରପଞ୍ଚକୁ ବାରମ୍ବାର ଅବଗତ କରିଥିବା ବେଳେ ସମସ୍ୟାର ସମାଧାନ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଲୋକେ । ତାହାସହ ପାଣି ନିଷ୍କାସନ ବାଟକୁ ଅବରୋଧ ମୁକ୍ତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0