ସାଲେପୁର : ଅଜଣ ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଟାଙ୍ଗୀ ଥାନା ବୈରୀ ଥାନା ମଧ୍ୟମ ସ୍ଥଳୀ ୧୬ନଂ ଜାତୀୟ ରାଜପଥ ଇଷ୍ଟନ୍ ରାଇସ୍ ମିଲ୍ ନିକଟରେ ଦୁର୍ଘଟଣା ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ବୈରୀ ଥାନା ସୋଲର ଗ୍ରାମର ରଞ୍ଜନ ମହାପାତ୍ର ।
ସୂଚନା ଅନୁସାରେ ରଞ୍ଜନ ଇଷ୍ଟନ୍ ରାଇସ୍ ମିଲ୍ ରୁ ବୁଧବାର ରାତି ଡ୍ୟୁଟି ସାରି ଘରକୁ ଫେରୁଥିଲେ । ସେହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଗାଡିଟି ଫେରାର ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0