spot_img

୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖାଦ୍ୟ ଏବଂ କୃଷି ସଂଗଠନର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଏକ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । କିଛିଦିନ ପୂର୍ବରୁ ବିକଶିତ ୮ଟି ଶସ୍ୟର ଜୈବିକ ଦୃଷ୍ଟିରୁ ବିକଶିତ ୧୭ ପ୍ରକାରର କିସମକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶକୁ ଉସ୍ୱର୍ଗ କରିଛନ୍ତି । ଏହି କିସମର ଶସ୍ୟ ସହିତ ଅନ୍ୟ ଖାଦ୍ୟଶସ୍ୟଗୁଡ଼ିକ ଦେଶର ଜନସାଧାରଣଙ୍କୁ ଉତ୍ତମ ପୃଷ୍ଟି ଯୋଗାଇବ । ତେବେ ଏହି ଶସ୍ୟ ସ୍ଥାନୀୟ କୃଷକମାନଙ୍କ ଦ୍ୱାରା ବିକଶିତ କରାଯାଇଥିବାର ସୂଚନା ମିଳିଛି । ଅନ୍ୟପଟେ ଏହା ମଧ୍ୟାହ୍ନ ଭୋଜନ ଯୋଜନା ଓ ଅଙ୍ଗନବାଡି ଯୋଜନା ସହ ଅନ୍ତର୍ଭୁକ୍ତ ରହିଛି । ଏପରି ହେବା ଦ୍ୱାରା କୃଷକମାନଙ୍କର ଆୟ ବୃଦ୍ଧି ପାଇବ । ଚଳିତ ବର୍ଷ କୋଭିଡ ସଙ୍କଟ ରହିଥିଲେ ମଧ୍ୟ ଭାରତୀୟ କୃଷକମାନେ ରେକର୍ଡ ପୂର୍ଣ୍ଣ ଉତ୍ପାଦନ କରିଛନ୍ତି । ଅନ୍ୟପଟେ ସରକାରଙ୍କ ଏଭଳି ପଦକ୍ଷେପ କୃଷକ ମାନଙ୍କ ମନୋବଳକୁ ବୃଦ୍ଧି କରିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular