ମୁମ୍ବାଇ: ବଲିଉଡ଼ର ଚର୍ଚ୍ଚିତ କପୁଲ ସୈଫ ଅଲ୍ଲି ଖାନ ଓ କରିନା କପୁରଙ୍କ ଆଜି ଅଷ୍ଟମ ମ୍ୟାରେଜ ଆନିଭର୍ସରି । ୨୦୧୩ ମସିହା ଆଜିର ଦିନରେ କରିନା ଓ ସୈଫଙ୍କ ବିବାହ ହୋଇଥିଲା । କିଛି ଦିନ ପୂର୍ବରୁ ଏହି ଯୋଡ଼ି ଦ୍ୱିତିୟ ଥର ପାଇଁ ପିତା ମାତା ହେବା କଥା ଘୋଷଣା କରିଥିଲେ । ଏହି କପୁଲ ଏକାଠି ଅନେକ ଫିଲ୍କରେ କାମ କରିଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟ କଥା କରିନା ଓ ସୈଫଙ୍କ ବିବାହକୁ ନେଇ କରିନାଙ୍କ ମା ଅନୁଭବି ଏବଂ ପିତା ରଣଧୀର କପୁର ଖୁସି ନଥିଲେ । ଏହିକଥା କରିନା ନିଜେ ଏକ ଇଣ୍ଟରଭୁ୍ୟରେ କହିଥିଲେ । ଏବଂ ସେ ଏହା ମଧ୍ୟ କହିଥିଲେ ଯଦି ପିତା ମାତା ରାଜି ନହେବବେ ତେବେ ସେ ଘର ଛାଡ଼ି ଲଣ୍ଡନରେ ବିବାହ କରିବେ ବୋଲି ଧମକ ମଧ୍ୟ ଦେଇଥିଲେ । ସୈଫ ପୂର୍ବରୁ ଅଭିନେତ୍ରୀ ଅମ୍ରିତାଙ୍କୁ ବିବାହ କରିଥିଲେ । ଯେଉଁଥିପାଇଁ ତାଙ୍କର ପିତାମାତା ରାଜି ନଥିଲେ ।

କିନ୍ତୁ କରିନା ସମସ୍ଥଙ୍କୁ ପଛରେ ପକାଇ ସୈଫଙ୍କୁ ବିବାହ କରିଥିଲେ । କିଛିଦିନ ତଳେ କରିନା ମିଡ଼ିଆକୁ ଏନେଇ ସୂଚନା ଦେଇଥିଲେ ସୈଫଙ୍କୁ ବିବାହ କରିବା ନିଷ୍ପତି ବର୍ତ୍ତମାନର ସବୁଠାରୁ ଗୁରୁତ୍ୱ ଏବଂ ସଠିକ ନିଷ୍ପତ୍ତି ବୋଲି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0