ବାଲିଅନ୍ତା : ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା କାକରୁଦ୍ରପୁରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି କାକରୁଦ୍ରପୁର ଗ୍ରାମର ବେଣୁଧର ବେହେରା । ବେଣୁଧର ଘରେ ବେକରେ ଲୁଗା ଲଗାଇ ଝୁଲି ପଡି ଜୀବନ ହାରିଛନ୍ତି ।ତେବେ ତାଙ୍କୁ ସଙ୍ଗେ ସଙ୍ଗେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥାନାନ୍ତର କରିଥିଲେ ଡାକ୍ତର | କିନ୍ତୁ କ୍ୟାପିଟାଲ୍ ହସ୍ପିଟାଲରେ ବେଣୁଧରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ବେଣୁଧର ଭୁବନେଶ୍ଵରର ଏକ ଦୋକାନରେ କାର୍ଯ୍ୟ କରୁଥିଲେ। ମାତ୍ର କରୋନା ମହାମାରୀ ପାଇଁ ତାଙ୍କୁ ଆଉ କାମ ମିଳିଲା ନାହିଁ । ଦୁଇ-ତିନି ମାସ ହେବ ବେଣୁଧର ଘରେ ବସି ରହିଥଲେ । ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ବେଣୁଧର ଚାପଗ୍ରସ୍ତ ହୋଇଥିଲେ । ଧାର କରଜରେ ବେଣୁଧର ବୁଡ଼ି ଯାଇଥିଲେ । ଯାହାଦ୍ଵାରା ବେକରେ ଲୁଗା ଲଗାଇ ବେଣୁଧର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
କରୋନା ମହାମାରୀ ଅନେକଙ୍କର ରୋଜଗାର ଛଡାଇ ନେଇଛି । ବେଣୁଧରଙ୍କର ସ୍ତ୍ରୀ ଏବଂ ଦୁଇ ପିଲା ଅଛନ୍ତି । ବେଣୁଧରଙ୍କର ମୃତ୍ୟୁ ପରେ ଏମାନେ ନିରାଶ୍ରୟ ହୋଇ ପଡ଼ିଛନ୍ତି । ଏମାନଙ୍କୁ ସରକାର ଆର୍ଥିକ ସାହାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0