ମୁମ୍ବାଇ: ଶିବସେନା ଦଳର ସାଂସଦ ସଞ୍ଜୟ ରାଉତ ପୁଣିଥରେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ଦେଶରେ ମନ୍ଦିର ଖୋଲିବା ପ୍ରସଙ୍ଗ ଜୋର ଧରିଥିବା ବେଳେ ସଞ୍ଜୟ ରାଉତ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରରେ ମନ୍ଦିର ନଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ମନ୍ଦିର ଖୋଲି ନ ଥିବାରୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ମହାରାଷ୍ଟ୍ରରେ ରାଜନୀତି ସରଗରଗ ହୋଇଉଠିଥିଲା । ଏହି ଘଟଣାକୁ ନେଇ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତ ରାଜ୍ୟପାଳଙ୍କୁ ଟାର୍ଗେଟ କରି କହିଛନ୍ତି, ବର୍ତ୍ତମାନ ଦେଶରେ କେବଳ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ରାଜ୍ୟପାଳ ଅଛନ୍ତି। ଅନ୍ୟ କେଉଁ ରାଜ୍ୟରେ ରାଜ୍ୟପାଳ ଥିବା ଭଳି ଜଣାପଡୁନି ।
#WATCH आजकल पूरे देश में दो ही (जगह) राज्यपाल हैं, पश्चिम बंगाल और महाराष्ट्र। बाकी कहां राज्यपाल है या नहीं मुझे पता नहीं: संजय राउत, शिवसेना pic.twitter.com/B4UhhoVE1w
— ANI_HindiNews (@AHindinews) October 16, 2020
କାରଣ ଅନ୍ୟକେଉଁ ରାଜ୍ୟର ରାଜ୍ୟପାଳ ମାନେ ରାଜ୍ୟ ସରକାରଙ୍କ ଶାସନବ୍ୟବସ୍ଥାରେ ଏପରି ହସ୍ତକ୍ଷେପ କରୁନାହାଁନ୍ତି ଯେପରି ଏହି ଦୁଇ ରାଜ୍ୟରେ ଦେଉଛି । ରାଜ୍ୟପାଳ ଦେଉଛନ୍ତି କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କ ରାଜନୈତିକ ଏଜେଣ୍ଟ । ରାଜ୍ୟପାଳଙ୍କୁ ଏଇଥି ପାଇଁ ରାଜନୈତିକ ଏଜେଣ୍ଟ କୁହାଯାଉଛି କାରଣ ସେ ସମସ୍ତ ରାଜନୈତିକ କାର୍ୟ୍ୟ କରନ୍ତି । ସାରା ଦେଶର ସମସ୍ତ ରାଜ୍ୟରେ ରାଜ୍ୟପାଳ ଅଛନ୍ତି କିନ୍ତୁ ସେମାନେ ରାଜ୍ୟସରକାରଙ୍କ କାର୍ୟ୍ୟରେ ଏପରି ହସ୍ତକ୍ଷେପ କରନ୍ତିନି ଯେପରି ମହାରାଷ୍ଟ ଓ ପଶ୍ଚିମବଙ୍ଗରେ ହେଉଛି । ଏହି ଦୁଇ ରାଜ୍ୟର ରାଜ୍ୟପାଳ ସର୍ବଦା ରାଜ୍ୟ ସରକାରଙ୍କ କାର୍ୟ୍ୟକଳାପକୁ ସମାଲୋଚନା କରନ୍ତି । ରାଜ୍ୟ ସରକାରଙ୍କ କାର୍ୟ୍ୟ ଉପରେ ପଶ୍ନବାଚୀ ସୃଷ୍ଟି କରନ୍ତି । ଏପରି ଏକ ବିବାଦୀୟ ମନ୍ତବ୍ୟ ରଖି ପୁଣିଥରେ ସଞ୍ଜୟ ରାଉତ ଚର୍ଚ୍ଚାକୁ ଆସିଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0