ଦେବୀତା ସରାଫ । ଦେଶର ସବୁଠୁ ଧନୀ ଆତ୍ମନିର୍ଭରଶୀଳ ମହିଳା । ମାତ୍ର ୨୪ ବର୍ଷ ବୟସ ବେଳେ ଦେବୀତା ଆରମ୍ଭ କରିଥିଲେ ନିଜର ଏକ ବ୍ୟବସାୟ, ଯାହା ଆଜି ୧୨ ଶହ କୋଟିରେ ପହଞ୍ଚିଛି । ଆଜି ଦିନରେ ଦେବୀତାଙ୍କ ପାଖରେ ୧୦ ଲକ୍ଷରୁ ଅଧିକ କଷ୍ଟମର୍ସ ଅଛନ୍ତି । ୬୦ଟି ଦେଶରେ ଚାଲିଛି ବିଜନେସ୍ । ଦେଶର ସବୁଠୁ ପାଓ୍ବାରଫୁଲ ୫୦ ମହିଳାଙ୍କ ଭିତରେ ରହିଛନ୍ତି ଦେବୀତା । ଆଉ ଦେଶର ବିଜନେସ ଜଗତରେ ୧୦ ପାଓ୍ବାରଫୁଲ ମହିଳାଙ୍କ ଭିତରେ ଦେବୀତା ରହିଛନ୍ତି ଅଷ୍ଟମ ସ୍ଥାନରେ ।

ଆସନ୍ତୁ ଜାଣିବା ଦେବୀତାଙ୍କର ଏହି ସଫଳ ଯାତ୍ରା ସମ୍ପର୍କରେ । ଦେବୀତା ସରାଫ ହେଉଛନ୍ତି ଜେନିଥ କମ୍ପୁ୍ୟଟର୍ସର ମାଲିକ ରାଜକୁମାର ସରାଫଙ୍କ ଝିଅ । ଯଦିଓ ପାରିବାରିକ ବିଜନେସ ଥିଲା, କିନ୍ତୁ ଦେବୀତା ନିଜେ କିଛି କରିବାକୁ ସ୍ଥିର କରିଥିଲେ । ହାଭାର୍ଡ୍ ୟୁନିଭର୍ସିଟିରେ ପଢିବା ସମୟରୁ ସେ ନିଜେ ଆତ୍ମନିର୍ଭରଶୀଳ ହେବା କଥା ସବୁବେଳେ ଭାବୁଥିଲେ । ୨୦୦୬ ମସିହାରେ ଦେବୀତା ଆରମ୍ଭ କରିଥିଲେ ଟିଭି ବ୍ୟବସାୟ । ଦେବୀତାଙ୍କ ଠଟ ଟିଭି ଉଭୟ କମ୍ପୁ୍ୟଟର ସିପିୟୁ ଏବଂ ଟିଭି ଭଳି କାମ କରେ । ଖାସ୍ ଏଥିପାଇଁ ଏହି ଟିଭିର ବହୁତ ଚାହିଦା ।
ଦେବୀତାଙ୍କ ଠଟ ଟିଭିରେ ଆଡଭାନ୍ସ ଫିଚର ସବୁଥାଏ । ଏଥିରେ ୟୁଟୁ୍ୟବ ଏବଂ ହଟ୍ ଷ୍ଟାର ଆପ୍ ମଧ୍ୟ ରହିଛି, ଫଳରେ ଜଣେ ଏହାକୁ ଉଭୟ ଟିଭି ଆଉ କମ୍ପୁ୍ୟଟର ଭାବରେ ବ୍ୟବହାର କରିପାରିବ । ଦେବୀତାଙ୍କୁ ଏହି ସଫଳତା ଗୋଟିଏ ଦିନରେ ମିଳିନଥିଲା, ଯଦିଓ ସେ ୨୦୦୬ ମସିହାରେ ବ୍ୟବସାୟ ଆରମ୍ଭ କରିଥିଲେ, ହେଲେ ୨୦୧୨ ମସିହାରେ ତାଙ୍କ କମ୍ପାନୀ ପ୍ରଥମେ ପ୍ରଫିଟ୍ କରିଥିଲା । ୨୦୧୭ ମସିହାରେ କମ୍ପାନୀର ଟର୍ଣ୍ଣଓଭର ପହଞ୍ଚିଯାଇଥିଲା ୫୪୦ କୋଟିରେ । ଏବେ ପୃଥିବୀର ୬୦ଟି ଦେଶରେ ଦେବୀତା ତାଙ୍କ ଟିଭି ବିକ୍ରି କରୁଛନ୍ତି, ଏସବୁ ଦେଶରେ ତାଙ୍କର ୧୦ ଲକ୍ଷରୁ ଅଧିକ କଷ୍ଟମର୍ସ ରହିଛନ୍ତି । ଖୁବ୍ କମ୍ ଦିନରେ ଏଭଳି ସଫଳତା ପାଇଥିବା ଦେବୀତା ସରାଫଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପର୍ୟ୍ୟନ୍ତ ପ୍ରଶଂସା କରିଛନ୍ତି । ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଦେବୀତା ସରାଫ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 1