ଭୁବନେଶ୍ୱର : ପୋଲିସ କବଜାରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ଦାଦାବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଛି କମିଶନରେଟ ପୁଲିସ୍। ୨୦ହଜାର ଟଙ୍କା ଦାଦାବାଟି ମାଗିବା ଅଭିଯୋଗରେ ଗିରଫ କରିଛି ପୋଲିସ।
ସୂଚନାଅନୁଯାୟୀ ଦାବାବଟି ମାଗିବା ଅଭିଯୋଗରେ ରାଜ୍ୟ ଆଚାର୍ଯ୍ୟକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ରାଜାଙ୍କ ସଂପର୍କରେ ସୂଚନା ଦେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସରକାରୀ ଜମିରେ ଘର ତିଆରି ନେଇ ଦାଦାବଟି ନେଉଥିଲା ରାଜା। ପ୍ରତି ମାସରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲେ। ଦାଦାବଟି ମାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ ପୋଲିସ କମିଶନର ସୂଚନା ଦେଇଥିଲେ । ଦାଦାବଟି ଆଦାୟ କରୁଥିବା ଅଭିଯୋଗ ଆସିଲେ କାହାରିକୁ ଛଡ଼ାଯିବନି ବୋଲି ଚେତାବନୀ ଦେଇଛନ୍ତି କମିଶନର।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0