ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟ ବୁଧବାର ଦିଲ୍ଲୀରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପରେ ସେ ଭୁବନେଶ୍ବରରୁ ବରଗଡ଼ ଫେରିଥିଲେ। ବାଟରେ ତାଙ୍କୁ ସାମାନ୍ୟ ଜ୍ବର ହୋଇଥିଲା। ଶୁକ୍ରବାର ସଂଧ୍ୟାରେ ତାଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା। ଯାହା ପଜିଟିଭ ବାହାରିଥିଲା। ଏହା ପରେ ସାଂସଦ ଶ୍ରୀ ଆଚାର୍ୟ୍ୟଙ୍କୁ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ପରିବାରବର୍ଗଙ୍କ ସୂତ୍ରରୁ ପ୍ରକାଶ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0