spot_img

ରୁଗଣ ଶିଶୁଙ୍କୁ ଏବେ ମାରି ପାରବେ ଡାକ୍ତର

ନେଦରଲାଣ୍ଡ: ନେଦରଲାଣ୍ଡରେ ରୁଗ୍ଣ ଶିଶୁଙ୍କୁ ମାରିପାରିବେ ଡାକ୍ତର, ଏଭଳି ଏକ ଅବିଶ୍ୱସନୀୟ ଅନୁମତି ଦେଇଛନ୍ତି ନେଦରଲାଣ୍ଡ ସରକାର । ତେବେ ସରକାରଙ୍କ ଏଭଳି ନିଷ୍ଫତି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ୧୨ ବର୍ଷ କିମ୍ବା ତା’ଠାରୁ କମ ବୟସର ରୁଗଣ ପିଲାଙ୍କୁ ଡାକ୍ତରଙ୍କ ଦ୍ୱାରା ମାରିପାରିବା ଅନୁମତି ମିଳିଛି । ତେବେ ଏଥିପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ ବୋଲି ସରକାର ସ୍ଫଷ୍ଟ କରିଛନ୍ତି । ଅନ୍ୟପଟେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ସାମିଲ କରିବାକୁ ଡଚ ସ୍ୱାସ୍ଥ୍ୟମନ୍ତ୍ରୀ ହୁଗୋ ଡେ ଜଙ୍ଗ ସଂସଦରେ ପ୍ରସ୍ତାବ ଦେବାର ସୂଚନା ମିଳିଛି । ଜଙ୍ଗଙ୍କ ପ୍ରସ୍ତାବ ଅନୁସାରେ, ଏମିତି କିଛି ପିଲା ଅଛନ୍ତି ଯେଉଁମାନଙ୍କ ବଞ୍ଚିବା ଆଶା କ୍ଷୀଣ । ପ୍ରତିବର୍ଷ ଦେଶରେ ଏଭଳି ୫ ରୁ ୧୦ ଜଣ ପିଲା ପ୍ରଭାବିତ ହେଉଛନ୍ତି । ତେବେ ଏଭଳି ପିଲାଙ୍କୁ ଡାକ୍ତରୀ ଉପାୟରେ ମାରିବାକୁ କିଛି ନିୟମ ନଥିବାରୁ ନେଦରଲ୍ୟାଣ୍ଡର ଡାକ୍ତର ନିଜକୁ ନେଇ ଚିନ୍ତାରେ ଥିଲେ । କାରଣ ଏଥିପାଇଁ ସେମାନଙ୍କୁ ଅଭିଯୁକ୍ତ ବୋଲି ଗିରଫ କରାଯାଇପାରେ । ବର୍ତ୍ତମାନ ଜଣେ ଡାକ୍ତର ଏକ ବର୍ଷରୁ କମ ବୟସର ରୁଗ୍ଣ ଶିଶୁକୁ ମାରିପାରିବେ । କିନ୍ତୁ ଏଥିପାଇଁ ଶିଶୁର ମାତା-ପିତାଙ୍କ ଅନୁମତି ଆବଶ୍ୟକ । ଏପରି ଏକ ପ୍ରସ୍ତାବ ସଂସଦରେ ଦେଇଥିବାରୁ ଜଙ୍ଗ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular