spot_img

ବିପୁଳ ଗଞ୍ଜେଇ ଜବତ

କୋରାପୁଟ : ପୁଣି ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ପୁଲିସ୍ ଏହି ଗଞ୍ଜେଇ ଜବତ କରିଥିବାର ସୂଚନା ମିଳିଛି। ମାଛକୁଣ୍ଡ ଥାନା ଅନ୍ତର୍ଗତ ଭେଡ଼ିବେଡ଼ା ନିକଟରେ ଏକ ପିକଅପ ଭ୍ୟାନ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ପୁଲିସ ଅଟକାଇଥିଲା। ସେହି ଗାଡ଼ିରୁ ୭ କ୍ବିଣ୍ଟାଲ ଓଜନର ଗଞ୍ଜେଇ ଜବତ କରିଥିଲା ପୁଲିସ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ତେବେ ଗାଡ଼ିରେ ଥିବା ଦୁଇ ଚୋରା ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular