ଉତ୍ତର ପ୍ରଦେଶର : ୟୁପି ରେ ଆରମ୍ଭ ହେଲା ମିଶନ ଶକ୍ତି ଅଭିଯାନ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷା ନେଇ ଶନିବାର ଏହା ଆରମ୍ଭ କରିଛନ୍ତି। ଏ ଅବସରରେ ଯୋଗୀ କହିଛନ୍ତି ଆମେ ନାରୀଙ୍କୁ ବ୍ୟବହାରିକ ଜୀବନରେ ମଧ୍ୟ ଶକ୍ତିର ସ୍ୱରୂପ ଭାବେ ପ୍ରସ୍ତୁତ କରି ପାରିବା, ଏହି ଭାବନାକୁ ଆଗକୁ ବଢ଼ାଇବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।

ଯୋଗୀ କହିଛନ୍ତି ଯିଏ ବି ନାରୀମାନଙ୍କ ସମ୍ମାନ ସହ ଖେଳିବ ସରକାର ତାକୁ ଆଇନ୍ ଅନୁସାରେ କଠିନରୁ କଠିନ ଦଣ୍ଡ ଦେବେ । ତା ସହ ଏକାସଙ୍ଗେ ୫୦୦ କୋଟି ଟଙ୍କାର ଯୋଜନାର ବଳରାମପୁରକୁ ବିକାଶ ଓ ସମୃଦ୍ଧିକୁ ଆଗେଇ ନେବାକୁ ଏଠାରେ ଶିଳାନ୍ୟାସ ଲୋକାର୍ପଣ ହୋଇଛି। ତା ସହ ଏବେ ପୋଲିସରେ ୨୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି ।
ଲକ୍ଷ୍ନୌ ସମେତ ମଣ୍ଡଳର ସମସ୍ତ ଜିଲ୍ଲାରେ ମହିଳା ଓ ବାଳିକାଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ୧୮୦ ଦିନର ଅଭିଯାନରେ ମହିଳା ସୁରକ୍ଷା ଓ ସମ୍ମାନ ପ୍ରତି ଲୋକଙ୍କୁ ସଚେତନ କରାଯିବ। ପ୍ରଥମ ପର୍ୟ୍ୟାୟ ୧୭ ରୁ ୨୫ ଅକ୍ଟୋବର ଯାଏଁ ଚାଲିବ ଓ ଏପ୍ରିଲରେ ଶେଷ ହେବ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0