spot_img

ଦାଦା ବଟି ପାଇଁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ବ୍ରହ୍ମପୁରରେ ଦାଦା ବଟି ପାଇଁ ମରଣାନ୍ତକ ଆକ୍ରମଣ। ବଟି ନ ଦେବାରୁ ଭାଇ ଭଉଣୀଙ୍କୁ ହାଣିଲେ ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ବ୍ରହ୍ମପୁର ବଡ଼ ବଜାର ଥାନା ଲକ୍ଷ୍ମୀ ନୃସିଂହ ତୃତୀୟ ଲାଇନରେ। ଉଭୟ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି। ଆହତ ଦୁଇ ଜଣ ହେଲେ କାଳିଆ ପାତ୍ର ଓ ତାଙ୍କ ଭଉଣୀ। ଦୁଇଟି ବାଇକରେ ୫ ଜଣ ଯୁବକ ଆସି କାଳିଆକୁ ବାଇକରେ ବସିବାକୁ କହିଥିଲେ । କାଳିଆ ମନା କରିବାରୁ ଖଣ୍ଡାରେ ଆକ୍ରମଣ କରିଥିଲେ। କାଳିଆଙ୍କୁ ରକ୍ଷା କରିବା ସମୟରେ ତାଙ୍କ ଭଉଣୀଙ୍କୁ ବି ଆକ୍ରମଣ କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular