ନୂଆଦିଲ୍ଲୀ: ଖୁବ ଶୀଘ୍ର ଗଡ଼ିବ ବୁଲେଟ୍ ଟ୍ରେନ। ଏହି ବୁଲେଟ୍ ଟ୍ରେନ୍ ତିଆରି କରିବାର ଦାୟିତ୍ବ ଭାରତୀୟ କମ୍ପାନି ଲାରସେନ୍ ଏବଂ ଟୁବ୍ରୋକୁ ମିଳିପାରେ ବୋଲି ଜଣା ପଡ଼ିଛି ଜ୍ଝ ବୁଲେଟ ଟ୍ରେନ ତିଆରି କରିବାର ଦାୟିତ୍ବ ନେବା ପାଇଁ ୭ଟି କମ୍ପାନି ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ପ୍ରକଳ୍ପ ଲାରସେନ୍ ଏବଂ ଟୁବ୍ରୋ କମ୍ପାନିକୁ ମିଳିବାର ଅଧିକ ସୁଯୋଗ ରହିଛି ବୋଲି ଚର୍ଚ୍ଚା ହେଉଛି। କାରଣ ଏହି କମ୍ପାନି ଅନ୍ୟ କମ୍ପାନି ଅପେକ୍ଷା କମ ନିବେଶରେ ବୁଲେଟ ଟ୍ରେନ ତିଆରି କରିବାର ପ୍ରସ୍ତାବ ଦେଇଛି। ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ହେଉଛି ଦେଶର ପ୍ରଥମ ହାଇ ସ୍ପିଡ୍ ଟ୍ରେନ୍ ପ୍ରକଳ୍ପ ଯାହା ଜାପାନ ସହାୟତାରେ ନିର୍ମିତ ହେଉଛି ଜ୍ଝ ନ୍ୟାସନାଲ ହାଇ ସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍ କହିଛି ଯେ, ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ କରିଡରରେ ୫୦୭କିଲୋମିଟର ଲମ୍ବ ରେଳଧାରଣାର ଡିଜାଇନ୍ ଏବଂ ନିର୍ମାଣ ପାଇଁ ଆଜି ଆର୍ଥିକ ନିଲାମୀ ଡକାଯାଇଥିବା ବେଳେ ଲାରସେନ୍ ଏବଂ ଟୁବ୍ରୋ କମ ନିବେଶରେ ବୁଲେଟ ଟ୍ରେନ ତିଆରି କରିବାର ପ୍ରସ୍ତାବ ଦେଇଛନ୍ତି। ଡିସେମ୍ବର ୨୦୨୩ରେ ପ୍ରକଳ୍ପ କାର୍ୟ୍ୟ ଶେଷ କରିବାକୁ ପ୍ରସ୍ତାବ ଦିଆଯାଇଛି ଜ୍ଝ



Visitors Today : 2
Total Visitors : 130305
Total Views : 9891808
Visitors Online Now : 0