spot_img

କଲିକତାରେ ଦୁର୍ଗାପୂଜା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କଲିକତା: ଚଳିତ ବର୍ଷ କୋଭିଡ ସଙ୍କଟରେ ଆରମ୍ଭ ହୋଇଛି ସାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗାଳି ଷ୍ଟାଇଲରେ ଧୋତି କୁର୍ତ୍ତା ପିନ୍ଧି କଲିକତାରେ ଦୁର୍ଗାପୂଜା ଉଦଘାଟନ କରିବାର ସୂଚନା ମିଳିଛି । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ବିପକ୍ଷ ଦଳ କହିଛନ୍ତି । ସୂଚନା ଅନୁସାରେ, ଆସନ୍ତା କାଲିର ମହାଷଷ୍ଠୀ ପୂଜାରେ ପ୍ରଧାନମନ୍ତ୍ରୀ ନିଜ ଘରେ ପୂଜା କରିବା ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଜେପି ମହିଳା ମର୍ଚ୍ଚା ପକ୍ଷରୁ ସଲ୍ଟଲେକର ଇଜେଡସିସିରେ ହେଉଥିବା ଦୁର୍ଗାପୂଜାକୁ ଉଦଘାଟନ କରିବେ । ତେବେ ପୂର୍ବ ବର୍ଷ ଗୃହମନ୍ତ୍ରୀ ଅମିତ ଶାହ ଏହି ପୂଜା ପେଣ୍ଡାଲକୁ ଉଦଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular