କରୋନାରୁ ସୁସ୍ଥ ରୋଗୀଙ୍କ ପାଇଁ ଜାରି ହେଲା ନିର୍ଦେଶନାମା । ଆଜି ବିଭାଗ ପକ୍ଷରୁ ପୋଷ୍ଟ୍ କୋଭିଡ୍ ଫଲୋଅପ୍ ଓ ପରିଚାଳନା ପ୍ରୋଟୋକଲ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଏଥିରେ ମୁଖ୍ୟତଃ ୩ଟି କ୍ଷେତ୍ର ଜରିଆରେ ପୋଷ୍ଟ କୋଭିଡ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଗୋଟିଏ ବ୍ୟକ୍ତିଗତ ସ୍ତରରେ, ଅନ୍ୟଟି ଗୋଷ୍ଠୀ ସ୍ତରରେ ଓ ତୃତୀୟଟି ହସ୍ପିଟାଲ ଜରିଆରେ ରୋଗୀମାନେ ନିଜ ସ୍ବାସ୍ଥ୍ୟର ଫାଲୋଅପ୍ କରିବା ଲାଗି କୁହାଯାଇଛି।କରୋନାରୁ ସୁସ୍ଥ ହେଉଥିବା ରୋଗୀ ୭ଦିନ ପରେ ପ୍ରଥମଥର ଲାଗି ଟେଲିଫୋନ୍ ଜରିଆରେ ଯେଉଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ସେଠାରେ ଫଲୋଅପ୍ କରିବେ। ପରବର୍ତୀ ସମୟରେ ୪ ସପ୍ତାହ ଓ ୧୨ ସପ୍ତାହ ପରେ ନିୟମିତ ବ୍ୟବଧାନରେ ହସ୍ପିଟାଲ ସହିତ ଯୋଗାଯୋଗ କରିବା ଲାଗି କୁହାଯାଇଛି। ଯେଉଁ ରୋଗୀମାନେ ଗୃହ ପୃଥକବାସରେ ରହିଛନ୍ତି ଓ ସେମାନଙ୍କର ସମସ୍ୟା ଦେଖାଦିଏ ତା’ ହେଲେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରିବେ। ମାତ୍ର ଗୁରୁତର ରୋଗୀଙ୍କୁ ଅଧିକ କ୍ରିଟିକାଲ କେୟାର ଆବଶ୍ୟକତା ଥିବାରୁ ଫଲୋଅପ୍କୁ ସୁଦୃଢ଼ କରିବାକୁ କୁହାଯାଇଛି।ସେହିପରି କରୋନାରୁ ସୁସ୍ଥ ହେଲେ ମଧ୍ୟ ବ୍ୟକ୍ତି ଜଣକ ନିୟମିତ ଭାବେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବ ଓ ହାତ ଓ ନିଶ୍ବାସ ପ୍ରଶ୍ବାସକୁ ଗୁରୁତ୍ବ ଦେବାକୁ କୁହାଯାଇଛି। ଯଥେଷ୍ଟ ପରିମାଣର ଗରମ ପାଣି ପିଇବା ସହିତ ସୁସ୍ଥତା ଅନୁସାରେ ଘର କିମ୍ବା ବୃତ୍ତିଗତ କାର୍ୟ୍ୟ କରିପାରିବେ। ସ୍ବଳ୍ପରୁ ମଧ୍ୟମ ଧରଣର ବ୍ୟାୟାମ ସହିତ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ କରିବା ଉଚିତ୍। ବିଶେଷକରି ନିଶ୍ବାସ ପ୍ରଶ୍ବାସ ଜନିତ ବ୍ୟାୟମ ସହିତ ସକାଳ ଓ ସଂଖ୍ୟାରେ ଚାଲିବା ଉପରେ ଗୁରୁତ୍ବ ଦିଆଯାଇଛି। ସୁଷମ ଖାଦ୍ୟ ଖାଇବା ସହିତ ଉପଯୁକ୍ତ ନିଦ୍ରା, ଧୂମପାନ ଓ ମଦ୍ୟପାନକୁ ଯଥାସମ୍ଭବ ଦୂରେଇ ରହିବା ଉଚିତ୍।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0