spot_img

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ତେଲ ଟ୍ୟାଙ୍କର

ଖଲ୍ଲିକୋଟ : ଗଞ୍ଜାମ ଛତ୍ରପୁର ଗ୍ରୀଡ୍ ଛକ ନିକଟରେ ଟ୍ରକ୍ ପଛରେ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଦୁର୍ଘଟଣାରେ ଟ୍ରକ୍ ଚାଳକ ରାଜେଶ ଯାଦବ ଗୁରୁତର ଆହତ ହୋଇ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ । ଖବର ପାଇଁ ଛତ୍ରପୁର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଚାଳକକୁ ଉଦ୍ଧାର କରିଥିଲେ । ତାଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular