spot_img

କଲିକତା ବନାମ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବକୁ ଭେଟିବ ହାଇଦ୍ରାବାଦ

ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୪୩ତମ ମ୍ୟାଚ । ଆଜି ଦୁଇଟି ମ୍ୟାଚ ଖେଳାହେବାକୁ ଥିବାବେଳେ ପ୍ରଥମ ମ୍ୟାଚ ଦିନ ୩.୩୦ରେ ଆବୁଧାବିରେ ଖେଳାଯିବ । ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କଲିକତା ନାଇଟ ରାଇଡର୍ସ ପଡିଆକୁ ଓହ୍ଲାଇବ । ସେପଟେ ସଂନ୍ଧ୍ୟା ୭.୩୦ରେ ଦୁବାଇରେ ଖେଳାଯିବ ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବକୁ ସନରାଇଜର୍ସ ହାଇଦ୍ରାବାଦ ଭେଟିବ । ଶ୍ରେୟସ ଆୟାରଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସ ୧୦ ଟି ମ୍ୟାଚ ଖେଳି ୭ଟି ମ୍ୟାଚରେ ବିଜ୍ର ଲାଭ କରିଛି । ଏହା ସହ ଚଳିତ ବର୍ଷ ଆଇପିଏଲ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଦଳର ବିସ୍ଫୋରକ ଓପନର ଶିଖର ଧାୱନ ଚମକ୍ରାର ଫର୍ମରେ ଅଛନ୍ତି । ଅନ୍ୟପଟେ ଦଳର ଦ୍ରୁତ ବୋଲର କାଗିସୋ ରାବାଡା ଚଳିତ ବର୍ଷ ଆଇପିଏଲରେ ସର୍ବାଧିକ ୱିକେଟ ନେଇ ପରପଲ କ୍ୟାପର ଅଧିକାରୀ ହୋଇପାରିଛନ୍ତି । ତେବେ ଆଜି ଦିଲ୍ଲୀ ଆଜିର ମ୍ୟାଚ ଜିତି ପ୍ଲେ ଅଫ ସ୍ଥାନ ପକ୍କା କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ ।

panjabସେହିପରି ଇୟନ ମର୍ଗାନଙ୍କ ନେତୃତ୍ୱାଧିନ କଲିକତା ନାଇଟ ରାଇଡର୍ସ ୧୦ ଟି ମ୍ୟାଚ ଖେଳି ୫ଟି ମ୍ୟାଚ ଜିତିଛି । ଦଳରେ ଓପନର ବ୍ୟାଟ୍ସମ୍ୟାନ ଦୁହେଁ ଚମକ୍ରାର ଫର୍ମରେ ଅଛନ୍ତି । ତେଣୁ ଆଜିର ମ୍ୟାଚ ଜିତି ନିଜ ସ୍ଥାନ ସୁଦୃଢ କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ ଆଜି କଲିକତା । ସେହିପରି ଦ୍ୱିତୀୟ ମ୍ୟାଚରେ ପଞ୍ଜାବ ଓ ବିପକ୍ଷରେ ହାଇଦ୍ରାବାଦ ମୁହାଁ ମୁହିଁ ହେଉଛନ୍ତି । ତେବେ ଉଭୟ ଦଳ ଆଜିର ମ୍ୟାଚ ଜିତିବା ଲକ୍ଷ ନେଇ ପଡିଆକୁ ଓହ୍ଲାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular