ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୪୫ତମ ମ୍ୟାଚ । ଆଜି ଦୁଇଟି ମ୍ୟାଚ ଖେଳାହେବାକୁ ଥିବାବେଳେ ପ୍ରଥମ ମ୍ୟାଚ ଦିନ ୩.୩୦ରେ ଦୁବାଇରେ ଖେଳାଯିବ । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ବିପକ୍ଷରେ ରୟାଲ୍ସ ଚ୍ୟାଲେଞ୍ଜସ ବାଙ୍ଗାଲୋର ପଡିଆକୁ ଓହ୍ଲାଇବ । ସେପଟେ ସଂନ୍ଧ୍ୟା ୭.୩୦ରେ ଆବୁଧାବିରେ ଖେଳାଯିବ ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ରାଜସ୍ଥାନ ରୟାଲ୍ସ ଭେଟିବ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗସର ଆଜିର ମ୍ୟାଚ କର ବା ମର ମ୍ୟାଚ ହେବା ପାଇଁ ଯାଉଛି । ଏହି ମ୍ୟାଚ ସିଏସକେକୁ ଚଳିତ ବର୍ଷ ଆଇପିଏଲରେ ଆଗକୁ ନେବକି ନାହିଁ ତାହା ଜଣାଇବ । ତେବେ ଆଜିର ମ୍ୟାଚରେ ବିପକ୍ଷରେ କୋହଲି ବାହିନୀ ଖେଳିବା ପାଇଁ ଯାଉଛି । ଏହି ମ୍ୟାଚଟି ଚଳିତ ବର୍ଷ ଆଇପିଏଲର ଅନ୍ୟତମ ଆକର୍ଷଣ ହେବା ପାଇଁ ଯାଉଛି ।
ସେହିପରି ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ତେବେ ଆଜିର ମ୍ୟାଚ ଜିତି ମୁମ୍ବାଇ ନିଜ ସ୍ଥାନ ସୁଦୃଢ କରିବା ପାଇଁ ଚେଷ୍ଟା କରିବ । ଅନ୍ୟପଟେ ଷ୍ଟିଭ ସ୍ମିଥଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷ ଭଲ ପ୍ରଦର୍ଶନ କରି ପାରୁନାହିଁ । ତେଣୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବା ଲକ୍ଷରେ ପଡିଆକୁ ଓହ୍ଲାଇବ ରାଜସ୍ଥାନ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0