ଭୁବନେଶ୍ବର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୬୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୧୨୧୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୫୫ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୬୭୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୦ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬ଜଣ, ବରଗଡ଼ ଜିଲ୍ଲାରୁ ୫୩ଜଣ, ଭଦ୍ରକ ଜିଲ୍ଲାରୁ ୨୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୦ଜଣ, ବୌଦ୍ଧ ଜିଲ୍ଲାରୁ ୩୫ଜଣ, କଟକ ଜିଲ୍ଲାରୁ ୧୩୨ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୯ଜଣ, ଗଜପତି ଜିଲ୍ଲାରୁ ୧୩ଜଣଷ ଗଞ୍ଜାମ ଜିଲ୍ଲାରୁ ୩୩ଜଣ, ଜଗତସିଂହପୁର ଜିଲ୍ଲାରୁ ୭୯ଜଣ, ଯାଜପୁର ଜିଲ୍ଲାରୁ ୪୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୪ଜଣ, କଳାହାଣ୍ଡି ଜିଲ୍ଲାରୁ ୩୬ଜଣ, କନ୍ଧମାଳ ଜିଲ୍ଲାରୁ ୨୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୫ଜଣ, କେନ୍ଦୁଝର ଜିଲ୍ଲାରୁ ୫୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫୮ଜଣ, କୋରାପୁଟ ଜିଲ୍ଲାରୁ ୩୫ଜଣ, ମାଲକାନଗିରି ଜିଲ୍ଲାରୁ ୫୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୧ଜଣ, ନୟାଗଡ଼ା ଜିଲ୍ଲାରୁ ୨୩ଜଣ, ନୂଆପଡ଼ା ଜିଲ୍ଲାରୁ ୮୯ଜଣ, ପୁରୀ ଜିଲ୍ଲାରୁ ୫୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୧ଜଣ, ସମ୍ବଲପୁର ଜିଲ୍ଲାରୁ ୩୨ଜଣ, ସୋନପୁର ଜିଲ୍ଲାରୁ ୨୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୬ଜଣ, ଷ୍ଟେଟ ପୁଲ୍ରୁ ୨୧ଜଣ ରହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0