spot_img

ବିଜୟା ଦଶମୀରେ ରାଜନାଥଙ୍କ ଶସ୍ତ୍ର ପୁୂଜା

ନୂଆଦିଲ୍ଲୀ : ବିଜୟା ଦଶମୀରେ ରାଜନାଥଙ୍କ ଶସ୍ତ୍ର ପୂଜା । ସେନାମୁଖ୍ୟଙ୍କ ସହ ମିଶି ସେ ଏହି ଶସ୍ତ୍ର ପୂଜା କରିଛନ୍ତି। ଏହି ଅବସରରେ ରାଜନାଥ ସିଂ କହିଛନ୍ତି, ଚୀନ ସହ ଉତେଜନା କମ କରିବା ଓ ସଂପୃକ୍ତ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଚାହୁଁଛି । ଭାରତର ଗୋଟିଏ ଇଂଚ ଜମିକୁ କାହାକୁ ଦିଆଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଚୀନ ଉପରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଉତ୍ତେଜନା ତଥା ଅତ୍ୟଧିକ ଶୀତରେ ସୀମାରେ କଡା ପ୍ରହରୀ ଦେଉଥିବା ଭାରତୀୟ ଯବାନଙ୍କ ଆତ୍ମବିଶ୍ୱାସ ବଢାଇବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସିକ୍କିମରେ ଥିବା ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ ପରିଦର୍ଶନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବିଜୟ ଦଶମୀ ଅବସରରେ ସିକ୍କିମର ସେରେଥଙ୍ଗରେ ଅସ୍ତ୍ର ପୂଜା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular