spot_img

ବିଷ ପିଇ ଚାଷୀ ଆତ୍ମହତ୍ୟା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଖୁଟୁଗୁଡା ଗାଁରେ ଘଟିଛି ଏପରି ଘଟଣା । ଚାଷୀ ବୁଦୁର ଗୌଡ ନିଜ ଜମି ନିକଟରେ ଥିବା କୁଡ଼ିଆରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା କହିଛନ୍ତି ପରିବାର ସଦସ୍ୟ । ବୁଦୁରୁ ୮ ଏକର ମକା, ୩ ଏକର ଧାନ ସହ କିଛି ପନିପରିବା ଚାଷ କରିଥିଲେ । ବର୍ଷା ଯୋଗୁଁ ଫସଲ ଉଜୁଡ଼ି ଯାଇଥିଲା । ଚାଷ କ୍ଷତିଦେଖି କିପରି ବ୍ୟାଙ୍କ ଓ ସାହୁକାର ଋଣ ସୁଝିବେ ଚିନ୍ତାରେ ପଡ଼ିଯାଇଥିଲେ ।

ସେପଟେ ସପ୍ତାହ ପୂର୍ବରୁ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଦିନ ତଳେ ତାଙ୍କ ଦିବ୍ୟାଙ୍ଗ ସାନଭାଇଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ଦଶାହ କାର୍ୟ୍ୟ କିପରି ତୁଲାଇବେ ସେ ଚିନ୍ତାରେ ବି ଥିଲେ ବୁଦୁରୁ । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା କହିଛନ୍ତି ଗାଁ ଲୋକ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular