ଅପ୍ସରା ରାନୀଙ୍କ ପରେ ବଲିଉଡ୍ ଫିଲ୍ମ “ଥ୍ରୀଲର୍”ରେ ସ୍ଥାନ ପାଇଲେ ଓଡିଆ ଯୁବକ । ନିର୍ଦ୍ଦେଶକ ରାମଗୋପାଳ ବର୍ମା ‘ଥ୍ରୀଲର୍’ ଫିଲ୍ମରେ ନୟାଗଡ଼ର ଝିଅ ଅଙ୍କିତା ମହାରଣାଙ୍କୁ ଲିଡ୍ କ୍ୟାରେକ୍ଟରେ ଅଭିନୟ କରିବାର ସୁଯୋଗ ଦେବା ପରେ ଏବେ ଏହି ଫିଲ୍ମରେ ଆଉ ଜଣେ ଓଡ଼ିଆ ଯୁବକଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି। ଏନେଇ ଟ୍ୱିଟ କରି ଜଣାଇଛନ୍ତି ନିଜେ ରାମ ଗୋପାଳ ବର୍ମା । ଏହି ଓଡ଼ିଆ ଯୁବ କଳାକାରଙ୍କ ନାଁ ହେଉଛି ରକି କାଚ୍ଚି।
For those asking @rock_kacchi is a first time actor debuting in my film THRILLER along with @apsara_rani_ Here are some pics with both of them https://t.co/Yo0TtMgqVE pic.twitter.com/Rup4WykzFU
— Ram Gopal Varma (@RGVzoomin) July 14, 2020
ଟ୍ୱିଟରେ ରାମ ଗୋପାଳ ଲେଖିଛନ୍ତି, ଅପ୍ସରା ରାନୀଙ୍କୁ ଧନ୍ୟବାଦ, ଯାହାଙ୍କ ପାଇଁ ମୁଁ ଓଡ଼ିଶାକୁ ଭଲ କରି ଜାଣି ପାରିଲି। ବର୍ତ୍ତମାନ ମୁଁ ଆଉ ଜଣେ ଓଡ଼ିଆ କଳାକାରଙ୍କୁ ଆବିଷ୍କାର କରିଛି, ଯାହାଙ୍କ ନାଁ ରକ୍। ସେ ମୋର ଆଗାମୀ ଫିଲ୍ମ ‘ଥ୍ରୀଲର୍’ରେ ଅପ୍ସରା ରାନୀଙ୍କ ସହ ନଜର ଆସିବେ।
ରାମ ଗୋପାଳ ଆଗକୁ ଏହା ମଧ୍ୟ କହିଛନ୍ତି। “ଥ୍ରୀଲର୍” ଫିଲ୍ମରେ ଅଭିନୟ ପାଇଁ ଅପ୍ସରା ନୟାଗଡରୁ ଆସିଥିବା ବେଳେ ରକ୍ ନବରଙ୍ଗପୁରରୁ ଆସିଛନ୍ତି । ଏଥିସହ ରାମୁ ଟ୍ୱିଟ ଜରିଆରେ ଅପ୍ସରାଙ୍କ ସହ ରକ୍ ଙ୍କ ଫଟୋ ସେୟାର କରିଛନ୍ତି । ସୂଚନାଯୋଗ୍ୟ ଅଙ୍କିତାରୁ ଅପ୍ସରା ନାଁରେ ପରିଚିତ ହୋଇଥିବା ଏହି ହିରୋଇନ୍ ପୂର୍ବରୁ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କୁହାଯାଉଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0