ସୁରଟ: ଖାକି ପୋଷାକରେ ଯୋଡ଼ିହେଇଛି ସଚ୍ଚୋଟପଣିଆର ତାରକା । ଗୁଜୁରାଟର ଜଣେ ଲେଡି କନେଷ୍ଟବଳଙ୍କୁ ତାଙ୍କର ସଚ୍ଚୋଟପଣିଆ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ମିଳିଛି ପ୍ରଶଂସା । ଡ୍ୟୁଟି ତୁଲାଇ ଶେଷରେ ଚାକିରି ଛାଡିଛନ୍ତି । ସୂଚନାନୁସାରେ, କରୋନା ମହାମାରୀ ପାଇଁ ଗୁଜୁରାଟରେ ରାତ୍ରୀକାଳୀନ କର୍ଫୁ ଲାଗୁ କରାଯାଇଥିଲା । ସେହି ସମୟରେ ମହିଳା କନେଷ୍ଟବଳ ସୁନୀତା ଯାଦବ ଡ୍ୟୁଟି ରେ ଥିଲେ । ଗୁଜୁରାଟର ସ୍ୱାସ୍ଥ୍ୟ ମନ୍ତ୍ରୀ କୁମାର କନାନୀଙ୍କ ପୁଅ ଓ ତାଙ୍କର ଦୁଇ ଜଣ ସାଙ୍ଗ ରାସ୍ତାରେ ବିନା ମାସ୍କରେ ବୁଲୁଥିଲେ । ମାସ୍କ ପିନ୍ଧି ନଥିବାରୁ ସୁନୀତା ତାଙ୍କୁ ଅଟକାଇଥିଲେ । ଏଥିପାଇଁ ମନ୍ତ୍ରୀଙ୍କ ପୁଅ ତାଙ୍କୁ ଧମକ ଦେବା ସହ ଚାକିରୀ ନେଇଯିବେ ବୋଲି କହିଥିଲେ । କିନ୍ତୁ ସେ ଡରିନଯାଇ ସେମାନଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଥିଲେ । ପ୍ରକାଶଙ୍କ ସହ ତାଙ୍କର ଦୁଇ ବନ୍ଧୁଙ୍କୁ ପୋଲିସ ଗିରଫ କରିଥିଲା । ଏ ନେଇ ସୁନୀତାଙ୍କୁ ବଦଳି କରାଯାଇଥିଲା । କିନ୍ତୁ ସୁନୀତା ସାହାସିକତାର ସହ ମନ୍ତ୍ରୀଙ୍କୁ ଭୁଲ ନ ମାଗି ନିଜ ପଦରୁ ଇସ୍ତଫା ଦେଇଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 1