କାମାକ୍ଷାନଗର: ହାତୀ ଆକ୍ରମଣରେ ଜଣେ ଗୁରୁତର । ପ୍ରଥମେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଆହତଙ୍କୁ ଭର୍ତ୍ତି କରଯାଇଥିବା ବେଳେ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତଜଣଙ୍କ ହେଲେ ବାରିହାପୁର ଗ୍ରାମର କାଳନ୍ଦୀ ସାହୁ । ଆଜି ଦିନ ୧୦ଟା ବେଳକୁ ବାରିହାପୁରରୁ ବସୋଇ ସାଇକେଲରେ ଯାଉଥିବା ବେଳେ ଜଙ୍ଗଲ ନିକଟରେ ହାତୀ ସହ ମୁହାଁମୁହିଁ ହୋଇଥିଲେ କାଳନ୍ଦୀ । ହାତୀ ଆକ୍ରମଣ କରିବା ପରେ ସେହି ରାସ୍ତାରେ ଯାଉଥିବା ଲୋକମାନେ ଉଦ୍ଧାର କରି ତାଙ୍କୁ ମେଡ଼ିକାଲ ପଠାଇଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0