spot_img

କିଙ୍ଗସ ଏକାଦଶ ପଞ୍ଜାବ ଓ କଲିକତା ନାଇଟ ରାଇଡର୍ସ ମଧ୍ୟରେ କଡା ଟକ୍କର

ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୪୫ତମ ମ୍ୟାଚ । ଆଜି କଲିକତା ନାଇଟ ରାଇଡର୍ସ ବିପକ୍ଷରେ କିଙ୍ଗସ ଏକାଦଶ ପଞ୍ଜାବ ପଡିଆକୁ ଓହ୍ଲାଇବ । ତେବେ ଉଭୟ ଦଳ ନିଜ ସ୍ଥାନ ସୁଦୃଢ କରିବା ଲକ୍ଷରେ ଆଜିର ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି । ଇୟନ ମୋର୍ଗାନଙ୍କ ନେତୃତ୍ୱାଧିନ କଲିକତା ନାଇଟ ରାଇର୍ଡସ ଦଳରେ ଆଣ୍ଡୁ୍ୟ ରସେଲ, ଶୁଭମାନ ଗିଲଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଦଳରେ ଅଛନ୍ତି । ସେହିପରି ଦ୍ରୁତ ବୋଲର ନାଗରକୋଟି ଓ ଶୁଭମ ମାଭି ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ତେବେ ଆଜିର ମ୍ୟାଚରେ କଲିକତା ଭଲ ପ୍ରଦର୍ଶନ କରିବ ବୋଲି ସମର୍ଥକମାନେ ଆଶା ବାନ୍ଧିଛନ୍ତି । ଅନ୍ୟପଟେ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଅଛି କେଏଲ ରାହୁଲଙ୍କ ନେତୃତ୍ୱାଧିନ କିଙ୍ଗସ ଏକାଦଶ ପଞ୍ଜାବ । ତେବେ ଆଜିର ମ୍ୟାଚକୁ ଜିତିବା ଲକ୍ଷରେ ପଡିଆକୁ ଓହ୍ଲାଇଛି କିଙ୍ଗସ ଏକାଦଶ । ଏହି ଦଳରେ କେଏଲ ରାହୁଲ, କରୁଣ ନାୟାର, ମୟଙ୍କ ଅଗ୍ରୱାଲ, ଗ୍ଲେନ ମ୍ୟାକ୍ସୱେଲ ଓ ନିକୋଲାସଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଆଜିର ମ୍ୟାଚ ଖେଳୁଛନ୍ତି । ତେବେ ଆଜିର ମ୍ୟାଚ ଆଇପିଏଲ ଲଢେଇର ଅନ୍ୟତମ ଆକର୍ଷଣୀୟ ମ୍ୟାଚ ହେବାକୁ ଯାଉଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular