ସମ୍ବଲପୁର : ତେଜରାତି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ହୋଇଯାଇଥିବା ଖବର ମିଳିଛି।ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ଅନ୍ତର୍ଗତ ବୃବୁଡ଼ା ଗାଁର ମହାବୀର ଧାମ ଛକ ନିକଟରେ । ବିଜୟ କୁମାର ନାଏକଙ୍କ ତେଜରାତି ଦୋକାନରେ ନିଆଁ ଲାଗି ଯାଇଥିଲା । ଏ ନେଇ ବିଜୟ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମଧ୍ୟରାତ୍ରିରେ କେହି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଥିବା ବିଜୟ ସନ୍ଦେହ ପ୍ରକାଶ କରିଛନ୍ତି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0