ପୁଲୱାମା: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରାଠାରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ ଆତ୍ମସମର୍ପଣ କରିଥିବାର ସୂଚନା ମିଳିଛି। ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ହୋଇଥିବା ସର୍ଚ ଅପରେସନ ପରେ ପରେ ଏପରି ପରିସ୍ଥିତି ଉପୁଜିଛି। ସୁରକ୍ଷା ବାହିନୀ ଅତଙ୍କବାଦୀ ଲୁଚି ରହିଥିବା ସ୍ଥାନରେ ଘେରି ଯିବା ପରେ ବହୁ ସଂଖ୍ୟକ ଆତଙ୍କବାଦୀ ମାଡ଼ି ଆସିଥିଲେ, ଯାହା ଫଳରେ ଉଭୟ ପକ୍ଷରେ ଗୁଳି ବିନିମୟ ହୋଇଥିଲା। ଆତ୍ମସମର୍ପଣ କରିଥିବା ଆତଙ୍କବାଦୀକୁ ଗିରଫ କରାଯାଇଛି। ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣକ ପୁଲୱାମାର ଗୁଲସାନପୁର ବାସିନ୍ଦା ସାକିବ ଆକବର ୱାଜା ବୋଲି ଜଣାପଡ଼ିଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0